କଟକ ସଦର, ୯/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ-ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥର କାର୍ୟ୍ୟ ପାଇଁ ଟେଣ୍ଡର ସରିଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଵା ଜଣାପଡିଛି। ଏଥିପାଇଁ ୩(ଏ) ପ୍ରାଥମିକ ନୋଟିଫିକେସନ୍,୩(ସି) ଶୁଣାଣି,୩(ଆର) ଗେଜେଟ୍ ନୋଟିଫିକେସନ ସରିଥିବା ଵେଳେ କେବଳ ଶେଷ ପର୍ୟ୍ୟାୟ ୩(ଜି) କ୍ଷତିପୂରଣ କାର୍ୟ୍ୟ ତ୍ବରାନ୍ବିତ ହୋଇଛି।ଏହା ଯଥାଶୀଘ୍ର ସରିଵା ପରେ ପ୍ରଥମ ପର୍ୟ୍ୟାୟରେ ହେଵାକୁ ଥିଵା କନ୍ଦରପୁର ଠାରୁ ଵାଲିକୁଦା ପର୍ୟ୍ୟନ୍ତ ରାସ୍ତା କାମ ଆରମ୍ଭ ପାଇଁ କଟକ ଜିଲ୍ଲା ପ୍ରଶାସନ ଅଧିନରେ ଥିବା ଜମି ଅଧିଗ୍ରହଣ କରାଯିଵ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ରାସ୍ତାକୁ ଅନ୍ୟତ୍ର ବଦଳାଇବାକୁ ହୋଇଥିବା ଆପତ୍ତି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ଜାତୀୟ ରାଜପଥ ପ୍ରାଧିକରଣ କୁ ଚିଠି ଲେଖିଥିବା ଜଣାପଡିଛି।ହେଲେ ଏନଏଚଆଇ କର୍ତୃପକ୍ଷ ଏଥିରେ ଅରାଜି ହେଉଥିବା କୁହାଯାଉଛି।କାରଣ ରାସ୍ତା ପାଇଁ ବିଭାଗ ପକ୍ଷରୁ ଚୁଡାନ୍ତ ପ୍ରସ୍ତୁତି ସରିଥିଲା ବେଳେ ଦାସେ ଆଇଲେ ମୁଳଳୁ ଗା ପରି ଅଵସ୍ଥା ସୃଷ୍ଟି ହେଵା ସହିତ ଅନ୍ୟପଟେ ରାସ୍ତା ନିର୍ମାଣ ନେଇ ପୁଣି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।ତେଵେ ଯେତେ ଶୀଘ୍ର ଜମି ଅଧିଗ୍ରହଣ ସମସ୍ୟା ସମାଧାନ ହେଵ ସେତେ ଶୀଘ୍ର ରାସ୍ତା କାର୍ୟ୍ୟ ଆରମ୍ଭ ହେଵ ବୋଲି ଏନଏଚଆଇ ଅଧିକାରୀଙ୍କ ଠାରୁ ଜଣାପଡିଛି। ଏଥିପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି।