Thursday , February 2 2023
Breaking News
Home / ତାଜା ଖବର / ହାଇୱ। ଧକ୍କାରେ ବାଇକ୍ ଆରୋହୀ ମୃତ

ହାଇୱ। ଧକ୍କାରେ ବାଇକ୍ ଆରୋହୀ ମୃତ

କଟକ ସଦର, ୯/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ସୋମପୁର ଵଜାର ନିକଟରେ ଆଜି (ଶୁକ୍ରବାର) ଦିନ ଏକ ହାଇୱ। ଧକ୍କାରେ ଜଣେ ମଟରସାଇକେଲ ଆରୋହୀ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରକାଶ ଯେ ଯୁବକ ଜଣକ ଏକ ମଟରସାଇକେଲ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ପଛରୁ ଓଡି୨୧ପି ୨୪୪୭ ନମ୍ବର ବିଶିଷ୍ଟ ଏକ ହାଇୱ। ଟ୍ରକ ମଟରସାଇକେଲ ଉପରେ ଚଢି ଯାଇଥିଲା। ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ମଟରସାଇକେଲ ଆରୋହୀ ଯୁବକ କିଶନନଗର ଥାନା ଅନ୍ତର୍ଗତ ଉତ୍ତରକୁଳ ଅଞ୍ଚଳର ଅୟସକାନ୍ତ ମହାପାତ୍ର (୨୭) ଵୋଲି ଜଣାପଡିଛି। ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାପଡ଼ିଛି । (ବିଭତ୍ସ ଫଟୋ ପ୍ରକାଶ କରାଯାଇ ପାରୁନାହିଁ )

Leave a Reply

Your email address will not be published.