Thursday , February 2 2023
Breaking News
Home / ବିଶେଷ / ବେଗୁନିଆ ପଞ୍ଚାୟତ ସମିତିର ଦ୍ୱିତୀୟ ସାଧାରଣ ବୈଠକ

ବେଗୁନିଆ ପଞ୍ଚାୟତ ସମିତିର ଦ୍ୱିତୀୟ ସାଧାରଣ ବୈଠକ

ବେଗୁନିଆ ୯/୧୨/୨୦୨୨(ଓଡ଼ିଶା ସମାଚାର)-ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପରିସର ରେ ଆଜି ଅନୁଷ୍ଠିତ ଦ୍ୱିତୀୟ ପଞ୍ଚାୟତ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବହୁ ଜନ ପ୍ରତିନିଧି ବିଭିନ୍ନ ଅସୁବିଧା ନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।ପ୍ରଥମେ ଖାଉଟି ସୁରକ୍ଷା ଯୋଜନାରେ ଯୋଗାଣ ନିରୀକ୍ଷକ ଙ୍କ ମନୋମୁଖୀ କାର୍ଯ୍ୟକୁ ପଂଚାୟତ ପ୍ରତିନିଧି ମାନେ ବିରୋଧ କରିବା ସହିତ ତାଙ୍କର ବଦଳି ଦାବି କରିଥିଲେ ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବେଗୁନିଆ ବ୍ଲକରେ ସି ଏଚ ସି ସହିତ ୧୦ ଟି ପି ଏଚ ଚିରେ ଡାକ୍ତର ରହୁ ନ ଥିବା ଯୋଗୁଁ ଲୋକମାନେ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ହେଉଛନ୍ତି ।ସମ୍ପୃକ୍ତ ଡାକ୍ତରଖାନାରେ କର୍ମଚାରୀ ମାନେ ୨୪ ଘଣ୍ଟା ରହିବା ପାଇଁ ଦାବି ହୋଇଥିଲା ।ଫଳରେ ବୋତଳମା ଭାରପ୍ରାପ୍ତ ଅଧିକାରୀ ଡ଼ଃ ଦେବାଶିଷ ଆଚାର୍ଯ୍ୟ ସମ୍ପୃକ୍ତ ଘଟଣା ଉପରେ ପଦକ୍ଷେପ ନେବେ ବୋଲି କହିଥିଲେ ।ବାଘମାରୀ ସମେତ ବିଭିନ୍ନ ସ୍ଥାନରେ ଆଶା କର୍ମୀ ନଥିବାର ଅଭିଯୋଗ ହୋଇଥିଲା ।କୃଷି ବିଭାଗ ତରଫରୁ କୃଷକ ଓଡିଶା ପୋର୍ଟାଲ ରେ କୃଷକ ମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ପ୍ରତିନିଧି ମାନେ ଜଣାଇଥିଲେ ।ଡିସେମ୍ବର୩୧ସୁଦ୍ଧା କୃଷକ ମାନେ ଆବେଦନ କରିବେ ।ନଚେତ କାଳିଆ ଏବଂ ପି ଏମ୍ କିଷାନ ଯୋଜନା ସହିତ ସମସ୍ତ କୃଷି ସମ୍ବନ୍ଧୀୟ ଯୋଜନାରୁ କୃଷକ ମାନେ ବାଦ ପଡିବେ ।ସାର ,ପିଡ଼ିଆ ଏବଂ ବିହନ ପ୍ରତେକ ପଂଚାୟତରେ ଯୋଗାଇ ଦେବା ପାଇଁ ଡିଲର ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।ବିହନ ପାଇଁ କୃଷକ ମାନେ ଅନ ଲାଇନ ରେ ଆବେଦନ କରିବେ ।କୃଷକ ମାନଙ୍କର ଯେଉଁ ଚାଷ ଜମିରେ ନିଜସ୍ୱ ଜଳସେଚନର ସୁବିଧା ରହିଛି ସେମାନେବିଦ୍ୟୁତ ସଂଯୋଗ ନେଲେ ୟୁନିଟ ପିଛା ୧.୬୦ ପଇସା ପ୍ରଦାନ କରିବେ ।ଅପପୃଷ୍ଟି ରୋଗରୁ ରକ୍ଷା ପାଇବା ପାଇଁ ଅଙ୍ଗନବାଡି କର୍ମୀ ପ୍ରତେକ ପିଲାଙ୍କର ହଜମ ଶକ୍ତି ପରୀକ୍ଷା କରି ପିଲାମାନଙ୍କୁ ପ୍ରତେକ ଦିନ ଶହେ ଗ୍ରାମ ଛତୁଆ ଯୋଗାଇ ଦେବେ ଯେଉଁ ଜାଗାରେ ଅଙ୍ଗନବାଡି ଘର ନାହିଁ ସେଠାରେ ତୁରନ୍ତ ଜାଗା ଯୋଗାଇ ଦେଇ ଘର ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।ଅଙ୍ଗନବାଡି ଗୃହ ଗୁଡିକରେ ବିଦ୍ୟୁତ ସଂଯୋଗ ନଥିବା ଘଟଣା ସି ଡି ପି ଓ ଦୃଷ୍ଟି ଆକର୍ଷଣ କରିଥିଲେ ।ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ ଚାଲିଥିବା ମେଗା ଜଳ ଯୋଗାଣରେ ଜୁନ ସୁଦ୍ଧା ବେଗୁନିଆ ରେ ଯୋଜନା କାର୍ଯ୍ୟକ୍ଷମ କରିବା ପରେ ତାର ଚାରି ମାସ ପରେ ଅକ୍ଟୋବର ସୁଦ୍ଧା ସମସ୍ତ ଗ୍ରାମକୁ ପାଣି ଯୋଗାଇ ଦିଆଯିବ ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।ବ୍ଲକର ପ୍ରତେକ ବିଦ୍ୟାଳୟ ରେ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ବି ଇ ଓ ଭାସ୍କର ଲେଙ୍କା ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇ ପଦକ୍ଷେପ ନେବେ ବୋଲି କହିଥିଲେ ।ବାଘମାରୀ ସରପଞ୍ଚ ଶିକ୍ଷକ ଅଭାବ ବିଷୟରେ ୫ଟି ସଚିବଙ୍କ ଙ୍କୁ ଜଣାଇ ଥିଲେ ସେ ୨/୩ମାସ ମଧ୍ୟରେ ଶିକ୍ଷକ ପଦବୀ ପୂରଣ କରିବେ ବୋଲି ପ୍ରତି ଶୃତି ଦେଇଥିବାର ବି ଡି ଓ କହିଥିଲେ ।ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ଏବଂ ଖୋରଧା ପି ଏନ କଲେଜ ରେ ଆସନ୍ତା୨୧ ତାରିଖରେ୧୮ ରୁ ୩୦ବର୍ଷ ଯୁବକ ମାନଙ୍କୁ ନେଇ ଅନୁଷ୍ଠିତ ହେବ ବୋଲି ବି ଡି ଓ କହିଥିଲେ ।ଏହି ବୈଠକ ରେ ଶିଳ୍ପ ବିଭାଗ ଅଧିକାରୀ ଅନୁପସ୍ଥିତ ଥିବା ଯୋଗୁ ଅସନ୍ତୋଷ ପ୍ରକାଶ ପାଇଥିଲା ।ଏହି ବୈଠକରେ ଜି ପି ଓ ଦେବାଶିଷ ସାହୁ ବାର୍ଷିକ ବିବରଣୀ ପଠନ କରିବା ସହିତ ବ୍ଲକ  ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ,ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ର ,ବିଡ଼ିଓ ଲଷ୍ମୀଧର ସାହୁ ସହକାରୀ ଯନ୍ତ୍ରୀ ଅମୁଲ୍ୟକୁମାର ବାହିନୀପତି ,ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ ।ଏ ବି ଡି ଓ ସୁମିତ୍ରା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published.