Friday , February 3 2023
Home / ବିଶେଷ / ଧର୍ମ ପରାୟଣା ମହିଳା ଙ୍କ ପରଲୋକ

ଧର୍ମ ପରାୟଣା ମହିଳା ଙ୍କ ପରଲୋକ

ଭୁବନ ୯/୧୨/୨୦୨୨(ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ଅଂଚଳର ବୁଦ୍ଧିମନ୍ତ ପାତ୍ର ଙ୍କ ପତ୍ନୀ ଲକ୍ଷ୍ମୀ ପାତ୍ର ଙ୍କର ଆଜି ଶୁକ୍ରବାର ଭୋର ସାଢେ ୪ ଘଟିକା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।

ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ୨ ପୁଅ ,ବୋହୁ , ଝିଅ , ନାତି ନାତୁଣି ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଲକ୍ଷ୍ମୀ ପାତ୍ର ଙ୍କର ବିୟୋଗ ଖବର ଶୁଣି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଁଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ଟୋଲଙ୍କବେରେଣିସ୍ଥିତ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା । ସାନପୁଅ( ବ୍ୟାଙ୍କ ଅଫିସର) କ୍ଷୀରୋଦ ଚନ୍ଦ୍ର ପାତ୍ର ଙ୍କ ଉପସ୍ଥିତିରେ ବଡପୁଅ ବସନ୍ତ କୁମାର ପାତ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଲକ୍ଷ୍ମୀ ପାତ୍ର ଏକାଧାରରେ ଜଣେ ଧର୍ମ ପରାୟଣା , ପରୋପକାରୀ , ଦୟାଳୁ, ମେଳାପି ଓ ସ୍ନେହୀ ମହିଳା ହୋଇଥିବାରୁ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published.