Thursday , February 2 2023
Breaking News
Home / ବିଶେଷ / ଡକାୟତି କରିବାକୁ ଆସି ବୃଦ୍ଧ ଙ୍କ ଗଳା କାଟି  ହତ୍ୟା କଲେ ଦୁର୍ବୃତ୍ତ , ଅନ୍ୟ ଦୁଇ ଗୁରୁତର ଆହତ

ଡକାୟତି କରିବାକୁ ଆସି ବୃଦ୍ଧ ଙ୍କ ଗଳା କାଟି  ହତ୍ୟା କଲେ ଦୁର୍ବୃତ୍ତ , ଅନ୍ୟ ଦୁଇ ଗୁରୁତର ଆହତ

ନିଶ୍ଚିନ୍ତକୋଇଲି,୯/୧୨/୨୦୨୨(ଓଡ଼ିଶା ସମାଚାର (ଓଡିଶା ସମାଚାର  /ଅଭୟ ଜେନା ) -କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା  ଭଗବାନପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଘରେ ପଶି ଦୁର୍ବୃତମାନେ ଲୁଟ କରିବାକୁ ଉଦ୍ୟମ କରି ଫେଳ ମାରିବାରୁ ଜଣକୁ ବେକ କାଟି ହତ୍ୟା କରବା ସହ ଅନ୍ୟ ଦୁଇଜଣ ଦୁର୍ବୃତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାଇ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲେଣ୍ଡୁରା  ଭଗବାନପୁର ଗ୍ରାମର ହୃଷିକେଶ ମୁଦୁଲି ଙ୍କ ନାମଧରି କବାଟ ଖୋଲିବାକୁ ଡାକିଥିଲେ । ହୃଷିକେଶ କବାଟ ଖୋଲିବାରୁ ଦୁର୍ବୃତ ମାନେ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ ଉଦ୍ୟମ କରିଥିଲେ । ଏଥିରେ ବାଧାଦେବାରୁ ଦୁର୍ବୃତମାନେ ହୃଷିକେଶ ଙ୍କ ଗଳା କାଟି ହତ୍ୟା କରିବା ସହ ଦୁର୍ବୃତ ଙ୍କ ଆକ୍ରମଣ ରେ ତାଙ୍କ ପତ୍ନୀ କନକଲତା ଗୁରୁତର ଆହତ ହୋଇଥିବାବେଳେ ନାତି ଓଁକାର  ମଧ୍ୟ ଆହତ ହୋଇଛନ୍ତି  । ଆହତ ଦୁଇ ଦୁଇଜଣଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି । ନେମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Leave a Reply

Your email address will not be published.