Friday , February 3 2023
Home / ବିଶେଷ / ଜିଲ୍ଳା ସ୍ତରୀୟ ଏସଡିଜି ପ୍ରଶିକ୍ଷଣ ଶିବିର ଉଦଯାପିତ

ଜିଲ୍ଳା ସ୍ତରୀୟ ଏସଡିଜି ପ୍ରଶିକ୍ଷଣ ଶିବିର ଉଦଯାପିତ

(କ୍ଷେତ୍ର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ)
ଯାଜପୁର,୯/୧୨/୨୦୨୨(ଓଡ଼ିଶା ସମାଚାର)-ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦ୍ୱିଦିବସୀୟ ଏସଡିଜି ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ସଂଧ୍ୟାରେ ଉଦଯାପିତ ହୋଇଛିି । ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ କୁ ଦୃଷ୍ଟିରେ ରଖି ଜିଲାରେ ୩୧୧ ଗ୍ରାମ ପଂଚାୟତ ଓ ଦୁଇଟି ସହରାଂଚଳରେ କିଭଳି ବିକାଶର ସ୍ଥାନୀୟକରଣ କରାଯିବ ସେଥିପାଇଁ ପ୍ରଶିକ୍ଷଣର ଦ୍ୱିତୀୟ ଦିବସରେ ପ୍ରଶିକ୍ଷକମାନେ ୨ ଗୋଟି ଗ୍ରାମ ପଂଚାୟତ ଯଥା- ଯାଜପୁର ବ୍ଲକର ମାଳଆନନ୍ଦପୁର ଓ କୋରାଇର ପଥରପଦା ପରିଦର୍ଶନ କରିଥିଲେ । ୨ ଗୋଟି ପ୍ରଶିକ୍ଷାର୍ଥୀ ଦଳ ୩ ଟି ବିଭାଗରେ ବିଭକ୍ତ ହୋଇ ଗୋଟିଏ ବିଭାଗ ସୁସ୍ଥ ଗ୍ରାମ ପଂଚାୟତ, ଆଉ ଗୋଟିଏ ଶିଶୁ ଅନୁକୁଳ ଗ୍ରାମ ପଂଚାୟତ ଓ ସ୍ୱଛ ସବୁଜ ଗ୍ରାମ ପଂଚାୟତ ବୁଲି ବିକାଶର ୧୭ ଗୋଟି ଲକ୍ଷ୍ୟ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଉପରେ ଲୋକ ମାନଙ୍କର ମତାମତ ଲୋଡିଥିଲେ । ଜନସାଧାରଣଙ୍କ ମତାମତକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରଶିକ୍ଷାର୍ଥୀମାନେ କାର୍ଯ୍ୟକ୍ରମର ଦ୍ୱିତିୟାର୍ଦ୍ଧରେ ସେମାନଙ୍କର ବାର୍ତା ଉପସ୍ଥାପନା କରିଥିଲେ । ଯୋଜନା ଓ ସଂଯୋଜନା ବିଭାଗ ତରପଂରୁ ସାମର୍ଥ୍ୟ ବିକାଶ ବିଶେଷଜ୍ଞ ସରୋଜ କୁମାର ଦାଶ ଆଗାମୀ ଦିନରେ ଯାଜପୁର ଜିଲା ନିରନ୍ତର ବିକାଶ ଲକ୍ଷ୍ୟକୁ ସାକାର କରିବା ପାଇଁ କେଊଁଭଳି କାର୍ଯ୍ୟକ୍ରମ ଗ୍ରହଣ କରିବ ସେଥିପାଇଁ ଏକ ବିସ୍ତାରିତ ଜିଲ୍ଳ୍ା ଖସଡା ପ୍ରସ୍ତୁତ କରିଥିଲେ । ଶ୍ରୀ ଦାଶଙ୍କ ଆହ୍ୱାନରେ ସମସ୍ତ ପ୍ରଶିକ୍ଷାର୍ଥୀ ସଂକଳ୍ପ ନେଇଥିଲେ କି, ଆଗାମୀ ବର୍ଷ ଠାରୁ ୨୦୩୦ ପାଇଁ ନିରନ୍ତର ବିକାଶର ଯେଊଁ ୧୭ ଲକ୍ଷ୍ୟ ରହିଛି ତାହା ପାଇଁ ସମସ୍ତେ ସଂକଳ୍ପବଦ୍ଧ ଓ ପ୍ରତିଶ୍ରୁତିବଦ୍ଧ ରହି ସମସ୍ତ ସରକାର ଓ ସମସ୍ତ ସମାଜ କାର୍ଯ୍ୟ କରିବେ । ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ତରପଂରୁ ଅଂଶ ଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଯୋଜନା ଓ ସଂଯୋଜନା (ଡିପିଏମୟୁ) ବିଭାଗର ଉପନିର୍ଦ୍ଧେଶକ ଶ୍ରୀଧର ସେଠୀ, ଜିଲା ପରିଷଦର ପ୍ରୋଗ୍ରାମ ମ୍ୟାନେଜର ମଧୁମିତା ପୃଷ୍ଟି, ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ମାଷ୍ଟର ଟ୍ରେନର ଭାବେ ଦୀର୍ଘସ୍ଥାୟୀ (ଅର୍ଥନୈତିକ) ପ୍ରଦୀପ ପଣ୍ଡା, ଆନାଲିଷ୍ଟ ପ୍ରମୋଦ ମଲ୍ଳ୍ିକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡା. ମିଥୁନ କର୍ମକାର, ଷ୍ଟେଟ ଟ୍ରେନର ଭାନୁପ୍ରତାପ ପାଣିଗ୍ରାହୀ ପ୍ରମୁଖ ବୈଷୟିକ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ବିଭାଗୀୟ ଅଧିକାରୀ, ସରପଂଚ, ବି.ଡି.ଓ. ଏବଂ ବିଭିନ୍ନ ଏନ୍.ଜି.ଓ. ର କର୍ମକର୍ତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଜନା ଓ ସଂଯୋଜନା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।

Leave a Reply

Your email address will not be published.