ଯାଜପୁର, ୯/୧୨/୨୦୨୨(ଓଡ଼ିଶା ସମାଚାର)-ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପରିବେଶ ସମିତି ଓ ଜାତାୟ ସବୁଜ ବାହିନୀର ଜିଲା କାର୍ଯ୍ୟକାରିଣୀ ତଥା ମୂଲ୍ୟାୟନ କମିଟିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠଳରେ ଅତିରିକ୍ତ ଜିଲାପାଳ ତଥା ସମିତିର ସହ-ଅଧ୍ୟକ୍ଷ ଦୁଃଖବନ୍ଧୁ ନାୟକ ଅଧ୍ୟକ୍ଷତା କରି କହିଲେ ଯେ, ଜିଲା ପରିବେଶ ସମିତି ଓ ଜାତୀୟ ସବୁଜ ବାହିନୀକୁ ଅଧିକ କ୍ରିୟାଶୀଳ କରାଯିବ । ଅଧିକ ପରିବେଶ ସଚେତନତା ପାଇଁ ସ୍ଥାୟୀ ସଭ୍ୟ ଗ୍ରହଣ, ବିଦ୍ୟାଳୟ ଓ ବିଭିନ୍ନ ସ୍ଥାନରେ ପ୍ଳାଷ୍ଟିକ ମୁକ୍ତ ଅଭିଯାନ, ବୃକ୍ଷ ରୋପଣ ଓ ତାର ରକ୍ଷଣାବେକ୍ଷଣ, ବାର୍ଷିକ ମୁଖପତ୍ର “ସବୁଜ ପରିବେଶ ପରିକ୍ରମା”-୨୦୨୨-୨୩ ପ୍ରକାଶ, ବିଦ୍ୟାଳୟ ସ୍ତରରେ ଅଧିକ ଇକୋ କ୍ଳବ ଗଠନ ଓ ତାର ସମୀକ୍ଷା କାର୍ଯ୍ୟକ୍ରମର ଅଭିବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରିବା ଇଚ୍ଛ୍ୟାଦି ସମ୍ୱନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ ଓ ଏ କ୍ଷେତ୍ରରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ଗୁରୁତପୂର୍ଣ୍ଣ ନିଷ୍ପତି ମାନ ଗ୍ରହଣ କରିଥିଲେ । ସମିତିର ସଂପାଦକ ଡଃ ଶରତ କୁମାର ସାହୁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାପରେ ସମିତିର ବାର୍ଷକ ବିବରଣୀ ପାଠ କରିଥିଲେ । ଏହି ମିଳିତ ବୈଠଳରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ପରିଷଦ, ଆଂଚଳିକ ଶାଖା ଅଧିକାରୀ ମଦନ ମୋହନ ସାହୁ, ଜିଲ୍ଳ୍ା କୃଷି ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ, ଅତିରିକ୍ତ ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃତିବାସ ବାରିକ, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବରୁଣେଶ୍ୱ ମହାବିଦ୍ୟାଳୟର ରାସାୟନିକ ବିଭାଗ ପୂର୍ବତନ ପ୍ରାଧ୍ୟାପକ ଡଃ ଚତୁର୍ଭୁଜ ସାହୁ, ଜାତୀୟ ସବୁଜ ବାହିନୀର ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା, ଡଃ ମହେଶ୍ୱର ଜେନାସାମନ୍ତ, ବିଜୟ କୁମାର ସାହୁ, ବିଜୟ ମୋହନ ରାୟ, ବିଷ୍ଣୁ ମୋହନ ସାହୁ, ମୂରଲୀଧର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମଧୁପୁର ଉଚ୍ଚ ବିଦ୍ୟାଳୟର ଇକୋ କ୍ଳ୍ବ ଶିକ୍ଷୟତ୍ରୀ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଇତ୍ୟାଦି ଅନେକ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ପରିବେଶ ସମିତିର ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।