Thursday , February 2 2023
Breaking News
Home / ବିଶେଷ / ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ମାସିକ ଖବରକାଗଜ ‘ଶାନ୍ତିସ୍ତୁପ’ ଷ୍ଟଲ ଉଦଘାଟିତ

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ମାସିକ ଖବରକାଗଜ ‘ଶାନ୍ତିସ୍ତୁପ’ ଷ୍ଟଲ ଉଦଘାଟିତ

ଭୁବନେଶ୍ୱର,୯/୧୨/୨୦୨୨(ଓଡ଼ିଶା ସମାଚାର)- ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ରେ ମାସିକ ଓଡ଼ିଆ ଖବରକାଗଜ ‘ଶାନ୍ତିସ୍ତୁପ’ର ଷ୍ଟଲ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଉଦଘାଟକ ଭାବେ ବିଶିଷ୍ଟ ସଂଳାପ ଲେଖକ ତଥା କବି ଡ. ରଜନୀ ରଞ୍ଜନ ଦାସ ଯୋଗଦେଇ ଷ୍ଟଲକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପ୍ରମୋଦ ପାଢୀ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ମାର୍କେଟିଂ ମୁଖ୍ୟ ବିଶ୍ୱଜିତ ସାମନ୍ତରାୟ, ସମାଜସେବୀ ଲକ୍ଷ୍ମଣ ଜେନା, ସଞ୍ଜୀବ ପଟ୍ଟନାୟକ, ଦୀପକ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.