Thursday , February 2 2023
Breaking News
Home / କୃଷି / ଗରଦପୁର ଓ ବେଡାରି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ସ୍ୱତନ୍ତ୍ର ଅଡିଟ ସହ ଭିଜିଲାନ୍ସ ତଦନ୍ତ ଦାବି

ଗରଦପୁର ଓ ବେଡାରି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ: ସ୍ୱତନ୍ତ୍ର ଅଡିଟ ସହ ଭିଜିଲାନ୍ସ ତଦନ୍ତ ଦାବି

କେନ୍ଦ୍ରାପଡ଼ା, ୯/୧୨/୨୦୨୨(ଓଡ଼ିଶା ସମାଚାର)- ଉପକୂଳ ଓଡିଶାର ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଭାବରେ ପରିଚିତ । ଏହି ଜିଲ୍ଲାର ଶତକଡା ୭୦ ପ୍ରତିଶତ ଲୋକ ନିଜର ଜୀବନ ଜୀବିକା ପାଇଁ ବିଶେଷ ଭାବରେ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ଅଟନ୍ତି । କେନ୍ଦ୍ରାପଡା ଜିଲ୍ଲାର ବେଡାରି ଓ ଗରଦପୁର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ କୃଷକମାନଙ୍କୁ ଦିଆଯାଉଥିବା ସରକାରୀ ପ୍ରୋତ୍ସାହନ ଓ ବହୁମୁଖୀ ଯୋଜନାରେ ବ୍ୟାପକ ଦୁର୍ନୀତି ସହିତ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ନେଇ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଙ୍ଘର ରାଷ୍ଟ୍ରୀୟ ସଭାପତି ପ୍ରଦୀପ ମିଶ୍ର ସମବାୟ ସମିତି ସମୁହର ରାଜ୍ୟ ନିବନ୍ଧକଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଥିସହିତ ବେଡାରି ଓ ଗରଦପୁର ପ୍ରାଥମିକ କୃଷି ସମବାୟ ସମିତିର ସମସ୍ତ ଆର୍ଥôକ କାରବାରର ସ୍ୱତନ୍ତ୍ର ଅଡିଟ କରାଯିବା ସହିତ ଘଟଣାର ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଯିବା ଓ ଦୁର୍ନୀତିଗ୍ରସ୍ତ ସମବାୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକଙ୍କ ଅଧିନରେ ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଲକ୍ଷ ଲକ୍ଷ ଚାଷୀଙ୍କୁ କୃଷିକାର୍ଯ୍ୟ ନିମନ୍ତେ ଋଣ, କୃଷି ବୀମା, କୃଷି ସରଞ୍ଜାମ ଓ ସାର, ବିହନ ଯୋଗାଣ ସମେତ କୃଷି ଉତ୍ପାଦ କ୍ରୟ କରିବା ନିମନ୍ତେ ଦାଇତ୍ୱବଦ୍ଧ ହୋଇଥିବାରୁ ସେହି ଅନୁଷ୍ଠାନକୁ ସରକାରୀ ଅନୁଦାନ ଆସିଥାଏ । କିନ୍ତୁ ପରିତାପର ବିଷୟ ଯେ ସମବାୟ ବିଭାଗର ଅବହେଳା ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଜାଲିଆତି ଓ ଦୁର୍ନୀତିଗସ୍ତ ମନଭାବ ଯୋଗୁଁ ଜିଲ୍ଲାରେ ଚାଷୀକୂଳ ଚରମ ନିର୍ଯ୍ୟାତନା ଭୋଗୁଥିବା ଅଭିଯୋଗ ହୋଇଛି । ପଂଚାୟତ ସ୍ତରରେ ମଣ୍ଡିର ଅବ୍ୟବସ୍ଥା, ଧାନ କିଣାରେ ହେରଫେର, ଋଣ ପ୍ରଦାନରେ ଜାଲିଆତି ଓ ସାର ଯୋଗାଣରେ ବାଟ ମାରଣା ସହିତ ସମବାୟ ସମିତି ଗୁଡିକ ମାଧ୍ୟମରେ କାର୍ଯ୍ୟକାରୀ ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଋଣ ପ୍ରଦାନରେ ବି ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ଅନୁସାରେ ସମିତି ସମୁହର ସହକାରୀ ନିବନ୍ଧକ ସମବାୟ ସମିତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଆଇନ ଥିବା ବେଳେ ସେ କୈାଣସି ତଥ୍ୟ ପ୍ରଦାନ କରୁନାହାନ୍ତି । ଏହାଦ୍ୱାରା ଜିଲ୍ଲାର ସମବାୟ ବିଭାଗରେ ହୋଇଥିବା ମହାଦୁର୍ନୀତିକୁ ଘଂଟ ଘୋଡାଇବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ବୋଲି ମହାସଂଘ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ।

Leave a Reply

Your email address will not be published.