Thursday , February 2 2023
Breaking News
Home / ବିଶେଷ / କବି ଅଧ୍ୟାପିକା ରୀନାମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷୀକୀ ଅନୁଷ୍ଠିତ

କବି ଅଧ୍ୟାପିକା ରୀନାମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷୀକୀ ଅନୁଷ୍ଠିତ

ଯାଜପୁର,୯/୧୨/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର):- ବ୍ୟାସନଗରସ୍ଥିତ ଚୋରଦା ଛକର କ୍ରିଷ୍ଣାଗାର୍ଡେନ ସମ୍ମିଳନୀକକ୍ଷରେ କବି ଅଧ୍ୟାପିକା ରୀନା ମହାପାତ୍ରଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଓ  ଶ୍ରଦ୍ଧାଂଜଳୀ ସଭା ପଣ୍ଡିତ ଡ. ସୁର୍ୟ୍ୟମଣି ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଗତ ଗୁରୁବାର  ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାକୁ କଳିଙ୍ଗନଗର ର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବାବେଳେ ମୁଖ୍ୟଅତିଥି ବରିଷ୍ଠ କଥାକାର ମାୟାଧର ନାୟକ ଯୋଗଦାନ କରି କୋରେଇ ମଣ୍ଡଳ ସାହିତ୍ୟ ସଂସଦ ଦ୍ଵାରା ପ୍ରକାଶିତ କବୀ ରୀନା ମହାପାତ୍ରଙ୍କ ଲିଖିତ ପୁସ୍ତକ ସୃଷ୍ଟି ସମଗ୍ର କୁ ସମବେତ ଅତିଥିଙ୍କ ଦ୍ଵାରା ଲୋକାର୍ପିତ କରାଯାଇଥିଲା ।

ସମ୍ମାନୀତ ଅତିଥି ରୁପେ ଇଂ ନନ୍ଦ ମହାନ୍ତି . ଗୋକର୍ଣ୍ଣିକା ସଂପାଦକ ରମାକାନ୍ତ ଜେନା .ରୁଦ୍ରନାରାୟଣ ପୃଷ୍ଟି ,.ବିଦ୍ୟୁତ ଲତା ଦାସ , ପ୍ରାଧ୍ୟାପକ ଶିବ ଚରଣ ମାଝୀ ପ୍ରମୁଖ ଯୋଗଦାନକରି କହିଥିଲେ କବି କାଳଜୟୀ ଯାହାର କେବେ ମୃତ୍ୟୁ ହୁଏନି ସେ ସମାଜରେ ନିଜର ସୃଷ୍ଟି ମାଧ୍ୟମରେ ସବୁରି ହୃଦୟ ରେ ବଂଚିଥାଏ । ସମବେତ ସାହିତ୍ୟକ ମାନଙ୍କ ମଧ୍ୟରୁ ରାଜୀବ ଷଡଙ୍ଗୀ ସଂଯୁକ୍ତା ମହାପାତ୍ର ସଂଧ୍ୟାରାଣୀ ଘଡେଇ , ଜୟନ୍ତୀ ଯେନା . ପ୍ରଭାତ ମଲ୍ଲିକ , ରମେଶ ମହାନ୍ତି , ସ୍ନେହଲତା ପୃଷ୍ଠି , ସୁବାସ ଚନ୍ଦ୍ର ସାହୁ , ନବଘନ ସ୍ଵାଇଁ  , ମୀନାରାଣୀ ମହାପାତ୍ର ବୃନ୍ଦାବନ ସାହୁ ,  ପ୍ରଦୀପ୍ତ ଦାସ. ଚିନ୍ମୟ କୁମାର ଦାଶ ଅନଙ୍ଗ ପ୍ରଭା ନାୟକ , ମାଙ୍ଗଳିକା ଦାସ ,  ଶକୁନ୍ତଳା ଦାଶ , ଧରିତ୍ରୀ ଦାସ ,  ରାଜଶ୍ରୀ ପରିଡା , ରତିରଂଜନ ବରାଳ , ମନୋଜ କୁମାର ମହାପାତ୍ର ,  ଲୀନା  ମହାପାତ୍ର ,  ଗୋଲକ ପଲେଇ  , ଅଖିଳ ସ୍ୱାଇଁ  , ବ୍ରଜେଶ୍ବରୀ ସିଂ ପ୍ରମୁଖ ଯୋଗ ଦେଇ  ରୀନାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ବ୍ୟକ୍ତ କରିଥିବା ବେଳେ କବୀଙ୍କ ସ୍ମୃତିରେ ପଚାଶ ରୁ ଅଧୂକ କବି କବିତା ପାଠ କରିଥିଲେ , ଉତ୍ସବର ପ୍ରାରମ୍ଭରେ କବୀ ରୀନା ମହାପାତ୍ରଙ୍କ ସମେତ ଡ.ଏକାଦଶୀ ପାଢି , ଗଗନେନ୍ଦ୍ରନାଥ ଦାଶ .କୁମୁଦଲତା ମହାନ୍ତି ଗୀତା ହୋତା . ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା .ସ୍ମୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି ମଂଞ୍ଚ ସଂଚାଳନା କରିଥିବା ବେଳେ ଦୟାନିଧି ନାୟକ ଧନ୍ୟବାଦ ଅର୍ପଣ ଏବଂ ରୀନାଙ୍କର ସ୍ଵାମୀ ଇଂ ସୁବାସ ଚନ୍ଦ୍ର ସାହୁ ସମସ୍ତ କାର୍ୟ୍ୟକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.