Friday , February 3 2023
Home / ବିଶେଷ / ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା, ୮/୧୨/୨୦୨୨(ଓଡ଼ିଶା ସମାଚାର)- ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏକ ଦିନିକିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି ଅପରାହ୍ନ ୨ଟା ୫୦ମିନିଟ ସମୟରେ କେନ୍ଦ୍ରାପଡା ସର୍କିଟ ହାଉସରେ ପହଂଚିବା ପରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ସ୍ୱାଗତ ସମୟରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଉପସ୍ଥିତ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ଅରୁଆକଦଳିବଣସ୍ଥିତ ହରିହରାନନ୍ଦ ବାଳାଶ୍ରମରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଲାଲ ପହଂଚିବା ପରେ ବାଳାଶ୍ରମର ଅଧ୍ୟକ୍ଷ ଡଃ. ମଳୟ ନନ୍ଦ ପୁଷ୍ପଗୁଛ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସମୟରେ ଗୁରୁଜୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ, ସ୍ୱାମୀ ସମର୍ପଣାନନ୍ଦଜୀ ଓ ଆଶ୍ରମର ଅନ୍ୟାନ୍ୟ ଗୁରୁଜୀମାନେ ଉପସ୍ଥିତ ଥିଲେ । ରାଜ୍ୟପାଳ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସମ୍ପର୍କିତ ଏକ ପ୍ରଦର୍ଶନୀକୁ ଶୁଭ ଉଦଘାଟନ କରିଥିଲେ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାର ଶୁଭାରମ୍ଭ କରିଥିଲେ । ପରେ ବାଳାଶ୍ରମର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ସ୍ୱାମୀ ସମର୍ପଣାନନ୍ଦଜୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ବାଳାଶ୍ରମର ଅଧ୍ୟକ୍ଷ ଡଃ. ମଲ୍ୟୟ ନନ୍ଦ ୨୦୨୧-୨୨ ବର୍ଷର ଶିକ୍ଷା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କ ବୀବରଣୀ ପାଠ କରିଥିଲେ । ବାଳାଶ୍ରମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷା ବିଷୟରେ ସବିଶେଷ ତଥ୍ୟ ସେ ପ୍ରଦାନ କରିଥିଲେ । ଏଠାକାର ସନ୍ଥମାନଙ୍କ ପାଦପଦ୍ମରେ ରହି ବିଦ୍ୟା ଅଧ୍ୟୟନ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ସୈ÷ାଭାଗ୍ୟଶାଳି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତାଳାପ ସମୟରେ ବାଳକର ତାତ୍ମିକ ଅର୍ଥକୁ ବୁଝାଇବା ବେଳେ ଶିଶୁର ହସକୁ ଜଗନ୍ନାଥଙ୍କ ହସ ସହିତ ତୁଳନା କରିଥିଲେ । ଭଲ ମଣିଷ, ଉଚ୍ଚାକାକ୍ଷୀ, ଆଦର୍ଶବାଦୀ, ଚରିତ୍ରବାନ ଓ ରାଷ୍ଟ୍ରଭକ୍ତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ । ବାଳାଶ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ । ଶିକ୍ଷା, କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବାଳାଶ୍ରମ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ୱାମୀ ସମର୍ପଣା ନନ୍ଦଜୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡିଶୀ ଓ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବାଳାଶ୍ରମର ଛାତ୍ରଛାତ୍ରୀ, ଗୁରୁଜୀ, ଶିକ୍ଷକ, ଶିକ୍ଷୟତ୍ରୀ, ନିମନ୍ତ୍ରିତ ଅତିଥି, ସ୍ଥାନୀୟ ଜନ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published.