ଟାଙ୍ଗୀ, ୮/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ମାଣ ବସା ପାଇଁ ଘରେ ଘରେ ଚାଲିଥିଲା ପୀଠା ପଣାର ଆସର। ସବୁ ମହକୁଥିଲା ଆରିସା,ମଣ୍ଡା ପିଠାର ମହକ।ମା ଲକ୍ଷ୍ମୀ ଦେବୀଙ୍କ ପୂଜର୍ଚନା କରିବା ପାଇଁ ମହିଳା ମାନେ ଦୀପ ଆଳତି କରୁଥିଲେ ଘରେ ଘରେ । ଗାଁର କୌଣସି ଘର ଦୁଆରେ ଲାଗିଥିବା ଜଳନ୍ତା ଦୀପ ସଳିତାକୁ କାଉ ଆଣି ଚାଳରେ ପକାଇ ଦେବାରୁ ନିଆଁ ଲାଗି ଯାଇଥିଲା ଘରେ ।
ମାତ୍ର କିଛି ସମୟ ମଧ୍ୟ୍ୟରେ ପୋଡି ପାଉଁଶ ହୋଇଗଲା ୩ ବଖରା ଚାଳଘର । ରବିନ୍ଦ୍ର କୁମାର ସାହୁଙ୍କର ୧ ବଖରା ଓ ଦିଲିପ କୁମାର ସାହୁଙ୍କର ୨ ବଖରା ଚାଳ ଘର ପୋଡି ପାଉଁଶ ହୋଇ ଯାଇଛି।ଖବର ପାଇଁ ଟାଙ୍ଗୀ ଅଗ୍ନିଶମ ବାହୀନୀର ଜବାନ ମାନେ ଫାୟାର ଅଫିସର ବିଶି କେଶନ ଦାସଙ୍କ ନେତ୍ରୁତ୍ୱରେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ। ତେବେ ମାଣବସା ଯୋଗୁଁ ଗାଁରେ ଚାଲିଥିବା ହସ ଖୁସି ମାତ୍ର କେଇ ମିନିଟ୍ ରେ ଦୁଃଖରେ ପରିଣତ ହୋଇ ଯାଇଛି।