ନିରାକାରପୁର, ୮/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଥିବା ମା ପୁଦୁକାଇ ଦେଵିଙ୍କ ବିଶ୍ଵଶାନ୍ତି ଚଣ୍ଡି ମହାଯଜ୍ଞ ଉଦଯାପିତ ହୋଇଯାଇଛି ।ଏହି ଯଜ୍ଞରେ ଅଞ୍ଚଳର ବହୁ ଭକ୍ତ ଙ୍କ ସମାଗମ ହୋଇଥିଲା ।ଏହା ଚଳିତ ମାସ ୦୬ତାରିଖ ରୁ ଆରମ୍ଭ ହୋଇ ୮ତାରିଖ ରେ ସମ୍ପନ୍ନ ହୋଇଯାଇଛି କାର୍ୟ୍ୟ ସୁଚି ଅନୁଯାୟୀ ୬ତାରିଖ (ମଙ୍ଗଳ ବାର) ଦିନ କଳସ ଯାତ୍ରା, ଅଙ୍କୁରାରୋପଣ , ମଣ୍ଡଳ କରଣ,୭ତାରିଖ (ବୁଧବାର) ସୁର୍ୟ୍ୟ ପୁଜା, ଅଗ୍ନି ସ୍ଥାପନ, ଚଣ୍ଡିପାଠ ହବନ , ଆଳତି , ସନ୍ଧ୍ୟା ସମୟରେ ପୁଷ୍ପାଞ୍ଜଳି , ୮ତାରିଖ ରେ ସୁର୍ୟ୍ୟ ପୁଜା ,ଗୋପୁଜା ଓ ପୂର୍ଣ୍ଣାହୁତି ହୋଇ ଶେଷ ହୋଇଯାଇଛି । ପଦ୍ମ ପୁର ଗ୍ରାମ ବାସୀ ଙ୍କ ନେତୃତ୍ବରେ ଗ୍ରାମ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପୁଜାକୁ ସହଯୋଗ କରିଥିଲେ ।ପରିସେଶରେ ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।