୧୯ ଗୋଟି ମୋଟର ସାଇକେଲ,୩ ଗୋଟି ମୋବାଇଲ ଫୋନ ,୩ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ
କଳାହାଣ୍ଡି ୦୮/୧୨/୨୦୨୨(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ର ବଡ଼ ସଫଳତା । ପାଞ୍ଚ ଜଣ ଅନ୍ତରାଜ୍ୟ ହାଇୱେ ଡକାୟତ ଙ୍କୁ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ,୩ ଗୋଟି ମୋବାଇଲ ଫୋନ ,୩ହଜାର ଟଙ୍କା ,ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଛି କେସିଙ୍ଗା ପୋଲିସ ।
ଗତ ୭ ତାରିଖ ରାତି ଗୋଟାଏ ବେଳେ କେସିଙ୍ଗା ଆଇ ଆଇ ସି ମମତା ହେମରୋମ ତାଙ୍କ ଷ୍ଟାଫ୍ ଙ୍କ ସହିତ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ବିଶସ୍ତ ସୂତ୍ର ରୁ ଖବର ପାଇ ଏନଏଚ୍ ୨୬ ପାଖରେ ଥିବା ଶିବ ମନ୍ଦିର ପାଖରେ ଛକିବସି ପାଞ୍ଚ ଜଣ ହାଇୱେ ଡକାୟତ ଙ୍କୁ ଧରିବାରେ ସଫଳ ହୋଇଥିଲେ ।
କେସିଙ୍ଗା ପୋଲିସ ଯେଉ ପାଞ୍ଚ ଜଣ ଙ୍କୁ ଗିରଫ କରିଛି , ସେମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ର ତରଣି ସେନ ଭୋଇ ଓ ଧୃବ ନାୟକ, ବୌଦ୍ଧ ଜିଲ୍ଲାର କନ୍ଦା ମାଝୀ , କଳାହାଣ୍ଡି ଜିଲ୍ଲା ର ପୁରୋଷୋତ୍ତମ୍ ନାୟକ ଓ ବିପିନ ଖର୍ସେଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେସିଙ୍ଗା ପୋଲିସ । ଓଡ଼ିଶା ସମାଚାର