ସାଲେପୁର , ୭/୧୨/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )-ରାଜ୍ୟରେ ବଢ଼ି ଚାଲିଛି ସାମ୍ୱାଦିକ ମାନଙ୍କ ଉପରେ ଆକ୍ରମଣ। ସାମ୍ୱାଦିକ ଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ଗତ ପଦ୍ମପୁର ଉପ ନିର୍ବାଚନରେ ବରଗଡ଼ ଜିଲ୍ଲା ପାଇକ ମାଳରେ ନିର୍ବାଚନ ସମ୍ପର୍କିତ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ସାମ୍ୱାଦିକ ଦେବହରି ବେହେରାଙ୍କ ଉପରେ ପୋଲିସ ପ୍ରଶାସନ ଉପସ୍ଥିତିରେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କର୍ମୀଙ୍କ ଦ୍ବାରା ଆକ୍ରମଣ କରିବା ଓ ହତ୍ୟା ଧମକ କୁ ରାଜ୍ୟ ସାମ୍ବାଦିକ ସଂଘ (ଏସ ୟୁ ଜେ) ଓଡ଼ିଶା ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ପ୍ରତେକ ଜିଲ୍ଲା ରେ ସଂଘ ତରଫରୁ ଡିଜିପି ଙ୍କ ଉଦ୍ଦେଶ୍ୟ ରେ ଏସପି ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀ ରେ ଏସୟୁଜେ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ୱାଦିକ ସଂଘ ପକ୍ଷରୁ ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ ମଙ୍ଗଳବାର ଏକ ଦାବିପତ୍ର କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ଙ୍କୁ ପ୍ରଦାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏସୟୁଜେ ରାଜ୍ୟ ଉପଦେଷ୍ଟା ରଘୁନାଥ ଆଚାର୍ଯ୍ୟ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରନାରାୟଣ ସାହୁ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶଶୀଭୂଷଣ ଷଡ଼ଙ୍ଗୀ , କୋଷାଧ୍ୟକ୍ଷ ବିଷ୍ଣୁ ନାୟକ , ସଂଗଠନ ସମ୍ପାଦକ ମୀନକେତନ ଦାସ , ମିଡ଼ିଆ ସଂଯୋଜକ କାନନ ବିହାରି ନାୟକ , ଉପସଭାପତି ରତ୍ନାକର ବାରିକ , ମନୋରଞ୍ଜନ ଶତପଥୀ ପ୍ରଦୀପ ମହାପାତ୍ର , ସମ୍ପାଦକ ହରିହର ସାହୁ , ଶିଶିର କୁମାର ଦାଶ,ସୂର୍ଯ୍ୟନାରାୟଣ ଦାଶ , ଶୁଭେନ୍ଦୁ କୁମାର ମହାପାତ୍ର , ଧୀରେନ୍ଦ୍ର ସାହୁ , ହେମନ୍ତ ଦାସ , ବିଭୂତି ଭୂଷଣ ତରାଇ , ଅକ୍ଷୟ ଦାସ, ବସନ୍ତ ରଥ ଓ ସାଧାରଣ ସମ୍ପାଦକ ଗୌର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।