ଭୁବନ ୭/୧୨/୨୦୨୨(ଓଡ଼ିଶା ସମାଚାର)- ଭୁବନ ଅଂଚଳରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାଲି , ପଥର , ମୋରମ , କୋଇଲା ଇତ୍ୟାଦି ନିୟମିତ ଚାଲାଣ ହେଉଛି । ଯେତିକି ଚଢାଉ ହେଉଛି , ସେତିକି ଚୋରା ଚାଲାଣ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଆଜି ଦିନ ସାଢେ ୧୧ ଘଟିକା ସମୟରେ ଏକ ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ କୁ ରଗଡି ନାଳ ନିକଟରେ ଭୁବନ ବନ ବିଭାଗ ଟିମ୍ ଅଟକ ରଖି କାଗଜ ପତ୍ର ତନଖି କରିବାରୁ ଏହା ଚୋରା ଖଣିରୁ ଚାଲାଣ ହେଉଥିବା ଜଣାପଡିଥିଲା ।
ଓଆର ୦୪ ଏଫ-୩୮୮୩ ନମ୍ବର ବିଶିଷ୍ଟ ୬ ଚକିଆ ଟ୍ରକ ସହିତ ମାଙ୍କଡା ପଥର କୁ ଜବତ କରି ବନବିଭାଗ କାର୍ଯ୍ୟାଳୟ ପରିସରକୁ ନିଆଯାଇଥିଲା । ଫରେଷ୍ଟ ରେଞ୍ଜର ଅନିତା ସେଠୀ ଙ୍କ ନିର୍ଦ୍ଧେଶରେ ଏହି ଚଢାଉରେ ଫରେଷ୍ଟର କବିତା ବିଶ୍ୱାଳ , ଫରେଷ୍ଟ ଗାର୍ଡ ତୁଳସୀ ସାହୁ , ହାତୀ ସ୍କ୍ୱାର୍ଡ କ୍ଷୀରୋଦ ସେଠୀ ପ୍ରମୁଖ ସାମିଲ ଥିଲେ ।