Thursday , February 2 2023
Breaking News
Home / ଶିକ୍ଷା / ପାଟକୁରା ରେ ୪୮ତମ ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ପାଟକୁରା ରେ ୪୮ତମ ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଗରଦପୁର, ୭/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ପାଟକୁରା ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ୪୮ତମ ଜିଲା ସ୍ତରୀୟ ପ୍ରଦର୍ଶନୀରେ ଜିଲାର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଛାତ୍ର ଛାତ୍ରୀମାନେ ୬୩ ଟି ଷ୍ଟଲ ମାଧ୍ୟମରେ ସେମାନଙ୍କର ବିଜ୍ଞାନ ଭିତିକ କୃତୀ ପ୍ରଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀକୁ କୁନି କୁନି ବୈଜ୍ଞାନିକ୍ ମାନଙ୍କ ସ୍ଥାନୀୟ ବିଦ୍ୟାଳୟ ମାନଙ୍କର ଶତାଧିକ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉତ୍ସାହୀ ଜନସାଧାରଣ ଆସି ବୁଲି ଦେଖିଥିଲେ । ଏହି ଜିଲା ସ୍ତରୀୟ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିଥିବା ଷ୍ଟଲ ଗୁଡ଼ିକ ମଧ୍ୟରୁ ୭ ଟି ବିଜ୍ଞାନ ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ ପୌରହିତ୍ୟ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍ ପିତାମ୍ବର ସାମଲ, କୃଷି ବିଜ୍ଞାନ କେନ୍ଦ୍ର ଜଜାଙ୍ଗ ର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର ଓ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଅନୁସନ୍ଧିତ୍ସୁତା ବଢ଼ାଇବା ପାଇଁ ବିଜ୍ଞାନ ମେଳାର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ । ଏଥି ସହିତ ଯେ କୌଣସି ବିଷୟରେ କ’ଣ, କିପରି ଓ କାହିଁକି ଆଦି ପ୍ରଶ୍ନ ପଚାରିଲେ ସେଥିରୁ ବିଜ୍ଞାନ ମିଳିଯିବ ବୋଲି ଛାତ୍ର ଛାତ୍ରୀଙ୍କୁ ପ୍ରତି ବିଷୟରେ ପ୍ରଶ୍ନ ପଚାରିବା ପାଇଁ ଅତିଥିମାନେ ଉତ୍ସାହିତ କରିଥିଲେ । ଅଧିକନ୍ତୁ ବିଜ୍ଞାନ ବିଶ୍ୱର ବିକାଶ ପାଇଁ ବିନିଯୋଗ ହେଉ , ବିଶ୍ୱ ଧ୍ୱଂଶ ପାଇଁ ବିଜ୍ଞାନର ବିନିଯୋଗ ବନ୍ଦ ହେଉ ବୋଲି ଅତିଥିମାନେ ମଧ୍ୟ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ନିଶିଥ କୁମାର ବାରିକ ବାର୍ଷିକ ବିବରଣୀ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସ୍ୱାଗତ ଅଭିଭାଷଣ ଓ ବିଜ୍ଞାନ ଶିକ୍ଷକ ଆଦିକନ୍ଦ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ବିଜ୍ଞ୍ୟାନ ଶିକ୍ଷକ ନୀରଂଜନ ବେହେରା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବାବେଳେ ଏଥିରେ କେନ୍ଦ୍ରାପଡ଼ା ଜିଲାରୁ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା ବିଜ୍ଞାନ ଭିତିକ ନାଟକ “କରୋନା କାଳପୁରୁଷ ” ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଶିକ୍ଷକ ରଘୁନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଅପରାହ୍ନ ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ପ୍ରଧାନ , ମୁଖ୍ୟ ବକ୍ତାଭାବେ କନିଷ୍ଠ ବୈଜ୍ଞାନିକ ଅବିନାଶ ସାମଲ , ସମ୍ମାନୀତ ଅତିଥି ଭାବେ ବିଇଓ ଅଜୟ କୁମାର ସେଠୀ ,ବିଇଓ କୈଳାଶ ଚନ୍ଦ୍ର ଦଳେଇ, ବିଇଓ ତନ୍ମୟ କୁମାର ବେହେରା, ବିଇଓ ଶ୍ରୀକାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ବେଣିପୁର ହାଇସ୍କୁଲ ର କୁନି ବୈଜ୍ଞାନିକ ଦିଶା ସାହୁ , ଇଛାପୁର ହାଇସ୍କୁଲ ର ମଧୁଶ୍ରୀ ସାହୁ , କଖାରୁଣୀ ୟୁଜି ୟୁପି ର ଦିବ୍ୟ ପ୍ରକାଶ ଶତପଥି , ନଡ଼ିଆବରେଇ ହାଇସ୍କୁଲ ର ଆଦିତ୍ୟ ନାରାୟଣ ସ୍ୱାଇଁ, ମଧୁସାଗର ବିଦ୍ୟାପିଠ ର ଆଦିତ୍ୟ ନାରାୟଣ ବଢ଼ିହାରୀ , ପାଟକୁରା ହାଇସ୍କୁଲ ର ଅନିମେଶ ସାହୁ ଓ ବିବି ମଡ଼େଲ ହାଇସ୍କୁଲ ଦୋହଳି ର ଜିଜ୍ଞାଶା ମିଶ୍ର ଙ୍କ ବିଜ୍ଞାନ ପ୍ରକଳ୍ପ ଜିଲା ସ୍ତରରୁ ରାଜ୍ୟ ସ୍ତର ପ୍ରଦର୍ଶନୀକୁ ଯିବାକୁ ମନୋନୀତ କରାଯାଇଥିଲା ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।
ଉତ୍ସବ ପରିଚାଳନାରେ ଶିକ୍ଷକ ଭାଗିରଥି ମହାନ୍ତି, ଦେବରାଜ ନାୟକ,ବୀରବର ସେନାପତି , ଶିବ ନାରାୟଣ ମହାନ୍ତି, ରୀନାବାଳା ମହାନ୍ତି, ମାମୁନୀ ସାହୁ , ରାଜୀବ ଡ଼ାଳୁଆ , ଅର୍ଜୁନୀ ଚରଣ ପାଗଳ , ଗୋପବନ୍ଧୁ ମିଶ୍ର, ସୁଧାଂଶୁ ଶେଖର ସାହୁ, ମିର ସାମସୁଲ ହକ୍ , ସୁଶାନ୍ତ କୁମାର ସାହୁ, ପ୍ରଦୀପ୍ତ କୁମାର ବେହେରା , ଇତିଶ୍ରୀ ପ୍ରିୟଦର୍ଶିନୀ ପରିଡ଼ା, ଅନପୂର୍ଣ୍ଣା ରାଉତ , କବିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published.