ଢେଙ୍କାନାଳ, ୭/୧୨/୨୦୨୨(ଓଡ଼ିଶା ସମାଚାର)- କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜଙ୍ଗଲୀ ମାଙ୍କଡ଼ ମାନଙ୍କୁ “ଯୁବଶକ୍ତି”ର ଅଧ୍ୟକ୍ଷ ଲୋକପ୍ରିୟ ଯୁବନେତା ହିମାଂଶୁ ଭୂଷଣ ବାରିକ ଶୁଖିଲା ଖାଦ୍ୟ ବିସ୍କୁଟ, ମଟର, ଚଣା ଖାଇବା ପାଇଁ ଦେଇ ଥିଲେ । ଆମ ଜଙ୍ଗଲ ଦିନ କୁ ଦିନ ନଷ୍ଟ ହେବା ପାଇଁ ବସିଲଣି ,ଯାହା ଫଳରେ ଖାଦ୍ୟ ଅନ୍ୱେଷଣରେ ବନ୍ୟ ପଶୁ ପକ୍ଷୀ ଆଜିର ଦିନରେ ରାଜରାସ୍ତାକୁ ଚାଲି ଆସୁ ଅଛନ୍ତି । ଏଣୁ ଆମ ଜଙ୍ଗଲ ଆମ ପରିବେଶ କେହି ନଷ୍ଟ କରନ୍ତୁ ନାହିଁ, ସବୁବେଳେ ଆମେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଆମ ପରିବେଶ କୁ ସବୁଜ ସୁନ୍ଦର ଗଢି ତୋଳିବା, ଏବଂ ବନ ବିଭାଗ ପକ୍ଷରୁ ବନ୍ୟ ଜୀବଜନ୍ତୁ କେମିତି ଆହୁରି ସୁରକ୍ଷା ମଧ୍ୟରେ ରହିବେ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଢେଙ୍କାନାଳ ବନ ବିଭାଗ ନିକଟରେ ନିବେଦନ କରିଛନ୍ତି “ଯୁବଶକ୍ତି”ର ଅଧ୍ୟକ୍ଷ ଲୋକପ୍ରିୟ ଯୁବନେତା ହିମାଂଶୁ ଭୂଷଣ ବାରିକ ।