ଭୁବନେଶ୍ୱର,୭/୧୨/୨୦୨୨(ଓଡ଼ିଶା ସମାଚାର)-ଦୀର୍ଘ ୨୫ ଦିନ ଧରି ଲୋୟର ପି.ଏମ୍.ଜି.ରେ ଧାରଣା ଦେଇ ନିରାଶ ହୋଇ ୨୦୦୩-୦୪ ବ୍ୟାଚ୍ ର ନିଯୁକ୍ତି ହୋଇଥିବା ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକମାନେ ଘରକୁ ଫେରିଛନ୍ତି । ସାଧାରଣ ସମ୍ପାଦକ କୃତିବାସ ସେଠୀଙ୍କ ଅଧ୍ୟକ୍ଷତାରେ ସରୋଜ ବେହେରା (ଖୋର୍ଦ୍ଧା), ଦାସ ମୁର୍ମୁ (କେନ୍ଦ୍ରାପଡ଼ା), ଧନଞ୍ଜୟ ସବର (ରାୟଗଡ଼ା) ସମେତ ଡେଲିଗେଟ୍ ପାର୍ଟିରେ କମିଶନର-କମ୍ ସେକ୍ରେଟାରୀଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ଏବଂ ସଚିବ ଏଥିରେ ସହମତି ପ୍ରକାଶ କରିଥିଲେ । କୋର୍ଟ ମ୍ୟାଟର ହୋଇଥିବାରୁ ସେ କହିଲେ ଲିଗାଲ୍ ସେଟ୍ ପରିମିସନ୍ ନେଇ କାମ କରିବେ । ଏଣୁ ଷ୍ଟାଇକ୍ ବନ୍ଦ କରାଗଲା । ନିଜର ନ୍ୟାଯ୍ୟ ଦାବି ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି । ସରକାର ତୁରନ୍ତ ଏ ଦାବି ଗୁଡ଼ିକୁ କାର୍ଯ୍ୟକାରି କରିବାକୁ ସଂଘ ପକ୍ଷରୁ ଦାବି ଜଣାଇଛନ୍ତି ।