Sunday , January 29 2023
Breaking News
Home / ବିଶେଷ / ଖେଳ, ଗୀତ ଓ ନାଚରେ ଗର୍ଜିଲା ଲୋୟର ପିଏମଜି

ଖେଳ, ଗୀତ ଓ ନାଚରେ ଗର୍ଜିଲା ଲୋୟର ପିଏମଜି

ଭୁବନେଶ୍ୱର,୭/୧୨/୨୦୨୨(ଓଡ଼ିଶା ସମାଚାର)- ଓଡିଶା କଳା ଓ କ୍ରୀଡ଼ ଶିକ୍ଷକ ମହାସଂଘର ଧାରଣାର ତୃତୀୟ ଦିନରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଲୋୟର ପିଏମଜିରେ ତାଙ୍କର ନ୍ୟାଯ୍ୟଦାବିକୁ ଖେଳ, ଗୀତ ଓ ନାଚ ମାଧ୍ୟମରେ ପ୍ରଦର୍ଶନ କରି ସରକାରଙ୍କୁ ଦାବି ଜଣାଇଛନ୍ତି । ଆଜକୁ ୧୦ ବର୍ଷ ଧରି ଚାକିରୀ କରି ଆସୁଥିଲେ ବି ବିଭିନ୍ନ ସମୟରେ ସରକାରଙ୍କୁ ତାଙ୍କର ଅଭିନବ ଉପାୟରେ ଦୁଃଖ ଜଣାଉଥିଲେ ମଧ୍ୟ ସରକାର ମହାସଂଘର ଦୁଃଖକୁ ଅଣଦେଖା କରୁଛନ୍ତି । ଯେପର୍ପ୍ୟନ୍ତ ମହାସଂଘର ଦାବି ପୂରଣ ନହୋଇଛି, ଓଡ଼ିଶାର ସମସ୍ତ ପାର୍ଟ ଟାଇମ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅନୁାରୋଧ, ଏହି ଦୁର୍ବାର ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଉଛି । ସେପର୍ଯ୍ୟନ୍ତ ଏଭଳି ଅଭିନବ ଉପାୟରେ ରାଜରାସ୍ତାରେ ବସିବେ ବୋଲି ମହାସଂଘର ଆବାହକ ଧର୍ମେନ୍ଦ୍ର ପଣ୍ଡା ଓ ଦେବବ୍ରତ ପଟ୍ଟନାୟକ, ସଂଯୋଜକ ଆଶୁତୋଷ ଶତପଥୀ, ବିଜନ ଦାସ, ଶଙ୍କର ପ୍ରସାଦ ମହାପାତ୍ର, ସ୍ୱାତୀମୁକ୍ତା, ସ୍ମିତାଞ୍ଜଳି ମହାପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published.