କଟକ ସଦର, ୭/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିର୍ମାଣ ଶ୍ରମିକ ଅଫ ଲାଇନ ଓ ଅନ ଲାଇନ ପଞ୍ଜିକରଣ,ଗଦା ଗଦା ଦରଖାସ୍ତକୁ ତୁରନ୍ତ ରେନୁଆଲ କରିବା, ମୃତ୍ୟୁ, ଶିକ୍ଷା,ଵିଵାହ ଓ ସ୍ୱାସ୍ଥ୍ୟ ସହାୟତା ତୁରନ୍ତ ପ୍ରଦାନ କରିବା,ରିନ୍ୟୁଆଲ ପାଇଁ ଓଟିପି ବ୍ୟବସ୍ଥା ବନ୍ଦ କରିବା ଭଳି ୨୦ ଦଫା ଦାବି ପୁରଣ ନିମନ୍ତେ ଆଜି (ବୁଧବାର ଦିନ) କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ନିର୍ମାଣ ଶ୍ରମିକ ମିଳିତ ମଞ୍ଚ ପକ୍ଷରୁ କଟକ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଵିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ଶ୍ରମିକ ନେତା ରାଜକିଶୋର ମଲ୍ଲିକଙ୍କ ନେତୃତ୍ୱରେ ଏବଂ ଖଗେଶ୍ବର ସେଠୀଙ୍କ ଆଵାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅଭୟ ସ୍ୱାଇଁ, ଯୁଧିଷ୍ଠିର ମହାରଣା, ମନୋରଞ୍ଜନ ମହାରଣା,କମଲ ଵାଵୁ ପ୍ରମୁଖ ଵହୁ ଶ୍ରମିକ ନେତା ଓ ନିର୍ମାଣ ଶ୍ରମିକ ସାମିଲ ହୋଇ ବକ୍ତବ୍ୟରେ ଦାଵି ଉପସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରମ ଆୟୁକ୍ତ ପ୍ରଶାନ୍ତ ପ୍ରଧାନଙ୍କୁ ଦାଵି ପତ୍ର ପ୍ରଦାନ କରାଯାଇଥିଲା। ଶ୍ରମିକ ମାନଙ୍କ ମୈ।ଳିକ ଦାବି ଯଦି ସରକାର ଅବିଳମ୍ବେ ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ଧାରଣା ଯୋରଦାର କରାଯିଵ ବୋଲି ଶ୍ରମିକ ନେତା ମାନେ ଘୋଷଣା କରିଥିଲେ ।
Home / ବିଶେଷ / କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ନିର୍ମାଣ ଶ୍ରମିକ ସଂଗଠନ ମିଳିତ ମଞ୍ଚ ପକ୍ଷରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଵିକ୍ଷୋଭ