Friday , February 3 2023
Home / ବିଶେଷ / ଅଲ ଓଡ଼ିଶା ଟେଲର ଶ୍ରମିକ ସଂଘଙ୍କ ଧାରଣା

ଅଲ ଓଡ଼ିଶା ଟେଲର ଶ୍ରମିକ ସଂଘଙ୍କ ଧାରଣା

ଭୁବନେଶ୍ୱର,୭/୧୨/୨୦୨୨(ଓଡ଼ିଶା ସମାଚାର)- ଆଜି ଭୁବନେଶ୍ୱରସ୍ଥ ଲୋୟର ପି.ଏମ୍.ଜି.ଠାରେ ଧାରଣା ଦେଇ ସଂଘ ତରଫରୁ ସରକାରଙ୍କ ପାଖରେ ଦାବି ଆମ୍ଭମାନଙ୍କୁ ସଂଗଠନଭୁକ୍ତ କରାଯାଉ । ଆମେ ଅଣସଂଗଠନ ନୋହୁଁ । ଆମ୍ଭର ୧୯୨୬ ଅନୁଯାୟୀ ୨୪.୦୬.୨୦୧୯ ମସିହାରେ ରେଜିଷ୍ଟ୍ରେସନ୍ ହୋଇଥିଲା ଓ ରେ ନଂ. ୦୪-କେ.ଏଚ.ଡି. ଅଟେ । ଦୁନିଆକୁ ଲଜ୍ଜା ନିବାରଣ କରୁଥିବା ଟେଲର ଭାଇ ଭଉଣୀମାନେ କାମ ନପାଇ ଦାଦନ ଖଟିବାକୁ ଯାଉଛନ୍ତି । ଏଣୁ ସରକାରଙ୍କର ଯେତେସବୁ ସ୍କୁଲ୍ ପୋଷାକ, କଲେଜ ପୋଷାକ, ଏନ୍ସିସି, ଗାଇଡ, ରେଲୱେ, ମେଡିକାଲ୍ ଯେତେସବୁ ସରକାରୀ ପୋଷାକ ସଂଘ ଜରିଆରେ ଆମ୍ଭମାନଙ୍କୁ ଦିଆଯାଉ । ଏଥିପାଇଁ ମିଶନ ଶକ୍ତିର ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଆମ୍ଭେମାନେ ପ୍ରତ୍ୟେକ ଜିଲ୍ଲାରେ ଟ୍ରେନିଙ୍ଗ୍ ଏବଂ ପ୍ରଡକ୍ସନ୍ ସେର ଖୋଲିବୁ । ଏହାଦ୍ୱାରା ବିପୁଳ ସଂଖ୍ୟାରେ ଲୋକମାନେ ସଂଘ ତରଫରୁ ନିଯୁକ୍ତି ପାଇପାରିବେ । ଏ ଦୁନିଆକୁ ପୋଷାକ ଯୋଗାଇଥିବା ଟେଲର ଶ୍ରମିକମାନେ ବହୁତ ଅସୁବିଧାରେ ଅଛନ୍ତି । କାହର ଆଖି ନଷ୍ଟ ହୋଇଗଲାଣି ତ କାହାର ଶାରୀରିକ ଆଉ କିଛି ପୀଡା ହେଲାଣି । ଏମାନଙ୍କ ପରିବାର ପ୍ରତିପୋଷଣ ନିିମନ୍ତେ ସରକାରଙ୍କଠାରେ ଦାବି ଜଣାଇଛନ୍ତି ।

Leave a Reply

Your email address will not be published.