କଟକ ସଦର, ୬/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ସଂରକ୍ଷିତ ସରକାରୀ ଗୋଚର ଭଳି ଜମିକୁ ରକ୍ଷା କରିବା ସରକାରଙ୍କର ନୈତିକ ଦାୟିତ୍ବ ଥିବା ଵେଳେ କଟକ ସଦର ବ୍ଲକ ପ୍ରସାଶନ ଏହାର ଖୋଲା ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି।ଵାଡ ଯଦି କ୍ଷେତ ଖାଏ ତେଵେ ଲୋକେ କହିବେ କାହାକୁ ଶୁଣିଵ ଵା କିଏ ? ।
ପ୍ରକାଶ ଯେ କିଶନନଗର ତହସିଲ ନାକ ତଳେ ଥିବା କେଶନଗର ମୈ।ଜାର ଖାତା ନଂ ୪୦୨,ପ୍ଲଟ ୩୯ ମୋଟ ରକଵା ୨ ଏକର ୨୩ ଡିସିମିଲ କିସମ ଗୋଚର ରହିଅଛି।ଏହାକୁ ଚାରଣ ଭୂମି ଭାଵେ ପଶୁ ପାଳକମାନେ ବ୍ୟବହାର କରି ଆସୁଛନ୍ତି।ହେଲେ ଏହି ଗୋଚର ଜମି ଉପରେ ଵ୍ଲକ ପ୍ରଶାସନର କିଛି ବର୍ଷ ହେଲା ଲୋଲୁପ ଦୃଷ୍ଟି ପଡିଛି।ସଵୁ ନୀତି ନିୟମକୁ ଵେଖାତିର ୨୦୧୯ ମସିହାରୁ ସରକାରୀ ପ୍ରକଳ୍ପ ନିର୍ମାଣ ନାଁ ରେ ଜବରଦଖଲ କରିବାକୁ ବାରମ୍ବାର ଉଦ୍ୟମ କରାଯାଉଛି।ହେଲେ ବାରମ୍ବାର ବିରୋଧ ଫଳରେ ଵ୍ଲକ ପ୍ରଶାସନ ପଛଘୁଞ୍ଚା ଦେଇ ଚାଲିଥିବା ନଜିର ରହିଛି।ହେଲେ ଏଵେ ପୁଣି ସେହି ଉଦ୍ୟମ କରାଯାଇ ଯେସିଵି ସାହାଯ୍ୟରେ ରାତି ଅଧିଆ ଚାରଣ ଭୂଇଁକୁ ନଷ୍ଟ ଭ୍ରଷ୍ଟ କରାଯିବା ସହିତ ନିଅଁ ଖୋଳାଯିଵା କାହା ସ୍ୱାର୍ଥରେ ଵୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏଠାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନା ମିନିଷ୍ଟାଡିୟମ କଣ ନିର୍ମାଣ ହେଵ ତାହା ସ୍ପଷ୍ଟ ହେଉ ନଥିବା ବେଳେ ଏଭଳି ଉଦ୍ୟମ ପଛରେ କେବଳ ସରକାରୀ ଵାଵୁମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଲୁଚି ରହିଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ଅତି ଆବଶ୍ୟକ ସ୍ଥଳେ ସରକାରୀ ନୀତି ନିୟମ ଅନୁଯାୟୀ ଗୋଚର ଜମିର କିସମ ପରିବର୍ତ୍ତନର ଆବଶ୍ୟକତା ଥିବା ବେଳେ ବ୍ଲକ୍ ପ୍ରଶାସନର ଏଭଳି ଦାଦା ଗିରି କାହା ସ୍ୱାର୍ଥରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଏବଂ ସେହି ଅନୁସାରେ ଗୃହପାଳିତ ଗାଈ ଗୋରୁ, ଛେଳି ମେଣ୍ଢା ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚାରଣ ଭୁଇଁ ର ଯଥେଷ୍ଟ ଆବଶ୍ୟକ ରହିଛି।ଯଦି ସରକାରୀ ପ୍ରକଳ୍ପ ନାଁ ରେ ସରକାରୀ ଗୋଚର ଭଳି ଜମିକୁ ସରକାର ଜଵର ଦଖଲ କରନ୍ତି ତେବେ ଆଗାମୀ ଦିନରେ ଏହା ଏକ ଵୃହତ ସମସ୍ୟା ଭାବେ ଉଭା ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତୁରନ୍ତ ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।