ନିରାକାରପୁର, ୬/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ୱର ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଦିନିକିଆ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରତ ବିକାଶ ପରିଷଦ ଉତ୍ତର ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ସଚେତନତା ଶିବିରରେ ଓଡ଼ିଶାର ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନେ ଯୋଗଦେଇ ଆଧୁନିକ ଯନ୍ତ୍ରପାତି ସହାୟତାରେ ଲୋକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କରାଇଥିଲେ।
ମେଡିସିନ, ଚର୍ମ, ସ୍ନାୟୁ, ଅର୍ଥପେଡିକ,ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନେ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ମାଗଣା ମେଡିସିନ ପ୍ରଦାନ କରିଥିଲେ।ଆଖପାଖ ୧୦ଖଣ୍ଡ ଗ୍ରାମପଞ୍ଚାୟତ ରୁ ଶତାଧିକ ଲୋକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ଚିକିତ୍ସିତ ହୋଇଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରକୁ ଆୟୋଜନ କରିଥିଲେ ରାମେଶ୍ୱର ସରପଞ୍ଚ ରଂଜିତା ଜଗଦ୍ଦେବ ସମିତିସଭ୍ୟ ରମେଶ ବିଶ୍ୱାଳ।ସ୍ୱାସ୍ଥ୍ୟ ଶିବିର ରେ ସହଯୋଗ କରିଥିଲେ ବିଷ୍ଣୁପ୍ରିୟା ପଟ୍ଟଯୋଶୀଙ୍କ ସମେତ ସ୍ଥାନୀୟ ଗ୍ରାମପଞ୍ଚାୟତ ର ବୁଦ୍ଧିଜୀବୀ ଓ ଯୁବକ ମାନେ।