Thursday , February 2 2023
Breaking News
Home / କୃଷି / ଯାଜପୁରରେ ବିଶ୍ୱ ମୃତିକା ଦିବସ ପାଳିତ

ଯାଜପୁରରେ ବିଶ୍ୱ ମୃତିକା ଦିବସ ପାଳିତ

ଯାଜପୁର, ୬/୧୨/୨୦୨୨(ଓଡ଼ିଶା ସମାଚାର)- ସୋମବାର ପୂର୍ବାହ୍ନରେ ଜିଲା ମୁଖ୍ୟ କୃଷି ଅଧକାରୀ, ଯାଜପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ “ବିଶ୍ୱ ମୃତିକା ଦିବସ” ପାଳିତ ହୋଇଯାଇଛି । ଜିଲା କୃଷି ଅଧିକାରୀ ସିଦ୍ଧାର୍ଥ ବେହୁରାଙ୍କ ଅଧ୍ୟକ୍ଷତାରେ ଶିବିରରେ ଜିଲ୍ଳ୍ା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ମାଟିକୁ ମା ସହ ତୁଳନା କରି ଏହାର ଯତ୍ନ ନେବାପାଇଁ ଉପସ୍ଥିତ ଚାଷି ମାନଙ୍କୁ ଊପଦେଶ ଦେଇଥିଲେ । ମାଟି ପରୀକ୍ଷା ଅନୁଯାୟୀ ଖତ, ସାର ଓ ପାଣି ଠିକ ଭାବରେ ଉପଯୋଗ କରିବାକୁ କହିଥିଲେ । ଉପ-ପ୍ରକଳ୍ପ ନିର୍ଦ୍ଧେଶକ, ଆତ୍ମା ବିଶ୍ୱ ମୃତିକା ଦିବସର ବିଷୟ ”ମୃତିକା ଯେଉଁଠାରୁ ଖାଦ୍ୟର ଆରମ୍ଭ ଉପରେ ବିସ୍ତୃତ ଆଲୋଚନା କରି ମୃତିକାର ବିର୍ଗୀକରଣ, ବିଭିନ୍ନ ଖାଦ୍ୟସା, ଅଣୁସାର ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସମସ୍ତ ଜମିର ମୃତିକା ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଉପନିର୍ଦ୍ଧେଶକ, ଉଦ୍ୟାନ ବିଭାଗ ମୃତିକାର ଗୁରୁତ୍ୱ, ପନିପରିବା, ପୁଂଲ ଓ ପଂଳ ଚାଷ ସଂପର୍କରେ ଆଲୋଚନା କରିଥିଲେ । ଉପନିର୍ଦ୍ଧେଶକ, ଉଦ୍ୟାନ ସୂର୍ଯ୍ୟମଣି ମହାରଣା, ପ୍ରକଳ୍ପ ନିର୍ଦ୍ଧେଶକ, ଜଳଛାୟା ନାରାୟଣ ପାତ୍ର, ଜିଲା କୃଷି ଅଧିକାରୀ, ଧର୍ମଶାଳା ସୁଦିପ୍ତ କୁମାର ତ୍ରିପାଠୀ, ପି.ସି. କେଭିକେ ସୁନିଲ ମହାପାତ୍ର, ଉପ ପ୍ରକଳ୍ପ ନିର୍ଦ୍ଧେଶକ, ଆତ୍ମା ହେମନ୍ତ କୁମାର ସାମଲ, ଯାଜପୁର ଜିଲ୍ଳ୍ାର ସମସ୍ତ ବ୍ଳକର କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ, ଜଳଛାୟା ମୃତିକା କ୍ଷୟ ଏବଂ ତାହାର ରକ୍ଷଣାବେକ୍ଷଣ ସଂପର୍କରେ ଆଲୋଚନା କରିଥିଲେ । ପ୍ରୋଜେକ୍ଟ କୋ-ଅଡିନେଟର, କୃଷି ବିଜ୍ଞାନ କେନ୍ଦ୍ର, ବଡଚଣା ସୁନିଲ ମହାପାତ୍ର ଜୈବିକ କୃଷି ଓ ପ୍ରାକୃତିକ କୃଷି ସଂପର୍କରେ ଆଲୋଚନା କରିଥିଲେ । ଜିଲା କୃଷି ଅଧିକାରୀ ଶ୍ରୀ ବେହୁରା ସ୍ୱାଗତ ଭାଷଣ ଦେଇଥିଲେ ।
ଚାରୋଟି ବ୍ଲକ ର ୨୨ ଜଣ ଚାଷି ଏବଂ ୬ ଜଣ ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଏଥିରେ ଉପସ୍ଥିତ ୨୨ ଜଣ ଚାଷିଙ୍କ ମଧ୍ୟରୁ ଯାଜପୁର ବ୍ଳକର ୧୦ ଜଣ, ଦଶରଥପୁର ବ୍ଲକ୍ ର ୪ ଜଣ, ରସୁଲପୁର ବ୍ଲକ୍ ର ୪ ଜଣ, କୋରାଇ ବ୍ଲକ୍ ର ୪ ଜଣ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇଥିଲା । ବିଶ୍ୱ ମୃତିକା ଦିବସ ଉପଲକ୍ଷେ ଜୁନିୟର ଓ ସିନିୟର ବର୍ଗରେ ଜିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କରାଯାଇଥିବା ବକ୍ତୃତା ପ୍ରତିଯୋଗିତାର ୬ ଜଣ କୃତି ପ୍ରତିଯୋଗୀଙ୍କୁ ସାର୍ଟିପିଂକେଟ ଓ ସିଲ୍ଡ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଚାଷୀମାନେ ସେମାନଙ୍କର ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ କିପରି ସୁଦୂର ପ୍ରସାରୀ କରାଯାଇପାରିବ ତା ଉପରେ ମତାମତ ଦେଇଥିଲେ । ସର୍ବ ଶେଷରେ ଜିଲା କୃଷି ଅଧିକାରୀ, ଧର୍ମଶାଳା ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published.