Saturday , June 10 2023
Breaking News
Home / ବିଶେଷ / ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ମା’ ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କାର

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ରେ ମା’ ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କାର

ସଦର ବିଧାୟକଙ୍କ ଅଭିନନ୍ଦନ

କଟକ ସଦର, ୬/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଭୁବନେଶ୍ୱର ଠାରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ରେ ସଫଳ ଉଦ୍ୟଗୀ ଭାବେ ମିଶନ ଶକ୍ତି ଅଧିନରେ ସଫଳତା, ଉତ୍ତମ ପ୍ରଦର୍ଶନ ଗୋଷ୍ଠୀର ପାରଙ୍ଗମତା ପାଇଁ କଟକ ସଦର ବ୍ଲକ ଅନ୍ତର୍ଗତ ଝାରକଟା ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ମା ଧରିତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ଗୋଷ୍ଠୀର ସଭାପତି ମମତା ରଥଙ୍କୁ ଵିଭାଗୀୟ ମନ୍ତ୍ରୀ ଟ୍ରଫି ପ୍ରଦାନ କରିଥିଲେ। ଏଥିପାଇଁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଏହି ଗୋଷ୍ଠୀକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଆହୁରି ଅନେକ ଅଗ୍ରଣୀ ଗୋଷ୍ଠୀଙ୍କ ପାରଦର୍ଶିତା ପାଇଁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯିଵ ବୋଲି ସଦର ବ୍ଲକ ମିଶନ ଶକ୍ତି ସଂଯୋଜକ ଶରତ ରାୟ କହିଛନ୍ତି।

Leave a Reply

Your email address will not be published.