Thursday , February 2 2023
Breaking News
Home / କ୍ରୀଡ଼ା / ପାଟକୁରାରେ କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ବିଜ୍ଞାନ ମେଳା ବୁଧବାର

ପାଟକୁରାରେ କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ବିଜ୍ଞାନ ମେଳା ବୁଧବାର

ଗରଦପୁର, ୬/୧୨/୨୦୨୨(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା ସ୍ତରୀୟ ବିଜ୍ଞାନ ମେଳା ପାଟକୁରା ନୋଡାଲ ହାଇସ୍କୁଲ ପଡିଆରେ ବୁଧବାର ଅନୁଷ୍ଠିତ ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତା ୭ ତାରିଖ ବୁଧବାର ଦିନ ପାଟକୁରା ନୋଡାଲ ହାଇସ୍କୁଲ ପଡିଆରେ କେନ୍ଦ୍ରାପଡ଼ା ଜିଲା ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଟିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବାର ସୂଚନା । ଏହି ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ଜିଲାର ଅତିରିକ୍ତ ଜିଲାପାଳ ପିତାମ୍ବର ସାମଲ ଓ ଜିଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବ ରେ ପାଟକୁରା ବିଧାୟିକା ସାବତ୍ରୀ ଅଗ୍ରୱାଲ,କେନ୍ଦ୍ରାପଡା ଜିଲାପାଳ ଅମ୍ରିତ୍ ରୁତୁରାଜ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଜିଲା ସ୍ତରୀୟ ଏହି ବିଜ୍ଞାନ ମେଳା ପାଇଁ ପାଟକୁରା ହାଇସ୍କୁଲ ପଡିଆରେ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଗରଦପୁର ବ୍ଳକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ଓ ବିଜ୍ଞାନ ମେଳାର ସଂଗଠନ ସମ୍ପାଦକ ତଥା ପାଟକୁରା ହାଇସ୍କୁଲର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଛିି ।

Leave a Reply

Your email address will not be published.