ସାଲେପୁର, ୬/୧୨/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା)- ଦୀର୍ଘ ଦିନ ଧରି ନ୍ୟାୟ ପାଇଁ ନିଜ ସ୍ୱାମୀଓ ଶ୍ୱଶୁର ଙ୍କ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପ୍ରବେଶ କରି ଛନ୍ତି ସସ୍ମିତା। ଘରଭିତରକୁ ଯିବାପାଇଁ ଏତେଦିନ ସଂଘର୍ଷ ପରେ କୌଣସି ସୁଫଳ ନବାହାରିବାରୁ କିମ୍ବା ଶାଶୂଘର ଲୋକେ ନଆସିବାରୁ, ସେ ଗେଟ ତାଲା ଭାଙ୍ଗି ଶାଶୁ ଘରେ ରହିବେ ବୋଲି ନିଷ୍ପତ୍ତି ନେଇଥିଲେ | କଟକ ଜିଲ୍ଲା ସାଲେପୁର ର ମାଛୁଆତି ଠାରେ ସ୍ୱାମୀ ସୁସେନ ମହାରଣାଙ୍କ ଘର ଗେଟ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା ଏହି ନିଷ୍ପତ୍ତି ନେଇଛନ୍ତି । ବାହାରେ ବସି ରହିଥିବାରୁ ତାଙ୍କ ଦେହ ଖରାପ ହେଉଛି । ସେ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି | ତେଣୁ ସେ ତାଲା ଭାଙ୍ଗି ସ୍ବାମୀଙ୍କ ଘରେ ରହିବେ ଏବଂ ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି କହିଛନ୍ତି ସସ୍ମିତା ମହାରଣା ।