Thursday , February 2 2023
Breaking News
Home / ସ୍ୱାସ୍ଥ୍ୟ / ତେଣ୍ଡାକୁଡ଼ା ରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ତେଣ୍ଡାକୁଡ଼ା ରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଗରଦପୁର, ୬/୧୨/୨୦୨୨(ଓଡ଼ିଶା ସମାଚାର)-ଆଜି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା । ଏହି ଶବିରକୁ ଡ଼ାକ୍ତର ଅମିତ କୁମାର ବେହେରା ଉଦଘାଟନ କରିଥିଲେ । ଡ଼ାକ୍ତର ଅମିତ କୁମାର ବେହେରା ଓ ଆୟୁଷ ଡ଼ାକ୍ତର ପ୍ରମୋଦ କୁମାର ନାୟକ ପଂଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ମହିଳା, ପୁରୁଷ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ ମେଳା ପ୍ରତି୩ ମାସରେ ହେବ ବୋଲି ଡ଼ାକ୍ତର ଅମିତ କୁମାର ବେହେରା ସୂଚନା ଦେଇଛନ୍ତି । ରୋଗୀ ମାନଙ୍କୁ ମାଗଣା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଏହି ଶିବିରରେ କେନ୍ଦ୍ରାପଡ଼ା ଜିଲା ସ୍ୱାସ୍ଥ୍ୟୃ ସିମତି ଓ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମନୋଜ କୁମାର ସାହୁ, ଶୁଭଦର୍ଶିନୀ ପତି, ସିଏଚଓ ନିନାଲୀ ଜେନା, ଲାବରେଟୋରୀ ଟେକନିସିଆନ୍ ସ୍ୱାତୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ଼ ପ୍ରସ୍ତୁତି, ରୋଗୀ ମାନଙ୍କର ରକ୍ତ ଶଙ୍କରା ଆଦି ବିଭିନ୍ନ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାଶିଷ୍ଟ ରବିନାରାୟଣ ସାହୁ, ଫିମେଲ ହେଲ୍ଥ ୱାର୍କର ସୁପ୍ରଭା ପରିଡ଼ା , କିଶୋର ଚନ୍ଦ୍ର ମହାନ୍ତି, ଆକାଶ କୁମାର ଗୋଛାୟତ, ଉମାକାନ୍ତ ସାମନ୍ତରାୟ ଙ୍କ ସମେତ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.