Wednesday , May 31 2023
Breaking News
Home / ବିଶେଷ / ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୃତକଙ୍କ ପରିବାରକୁ ସହାୟତା

ଯାଜପୁର,୬/୧୨/୨୦୨୨(ଓଡ଼ିଶା ସମାଚାର /ସୁରେଶ କୁମାର କର):- ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର (ଗୁଣ୍ଡିଚା ପଡିଆ ) ସ୍ଥିତ ଶାନ୍ତି ଲତା ଯେନାଙ୍କର ଅକାଳରେ ମହାପ୍ରୟାଣ ହୋଇଯାଇଅଛି । ସ୍ବର୍ଗତା ଯେନା ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ । ମୃତକଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ମୃତକଙ୍କର ଦଶାହ କ୍ରିୟା ଓ ଅନ୍ୟାନ୍ୟ କର୍ମ ନିମନ୍ତେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗରିବ ଅସହାୟ ବ୍ୟକ୍ତିଙ୍କ ନିମନ୍ତେ ପ୍ରାୟୋଜିତ କାର୍ଯ୍ୟକ୍ରମ “ମିଶନ୍ ଅମୃତ ହସ୍ତମ୍” ମାଧ୍ୟମରେ ଦଶ ହଜାର ଟଙ୍କାର ଆର୍ଥିକ ଅନୁଦାନ ରାଶି ସହ ଆନୁସାଙ୍ଗିକ ସହାୟତା ଯୋଗାଇ ଦିଆଯାଇଅଛି । ଏହି ଅର୍ଥରାଶିକୁ ମୃତକଙ୍କ ଜ୍ୟେଷ୍ଠ ପୁତ୍ର ଉତ୍ତମ କୁମାର ଯେନାଙ୍କୁ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ଓ କୋଷାଧ୍ୟକ୍ଷ ବିଶ୍ୱଜିତ ଦାଶ ପ୍ରଦାନ କରିଛନ୍ତି।

Leave a Reply

Your email address will not be published.