Sunday , January 29 2023
Breaking News
Home / ବିଶେଷ / ସିରିଜ ଦୁର୍ଘଟଣା , ୫ ଗୁରୁତର ଆହତ

ସିରିଜ ଦୁର୍ଘଟଣା , ୫ ଗୁରୁତର ଆହତ

ତିର୍ତୋଲ , ୫/୧୨/୨୦୨୨(ଓଡ଼ିଶା ସମାଚାର)- କଟକ-ପାରାଦୀପ ରାସ୍ତାର ମଣିଜଙ୍ଗା ଛକ ନିକଟରେ ସିରିଜ ଦୁର୍ଘଟଣା ଘଟି ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଇଣ୍ଡିକା କାର୍ ୪ଟି ବାଇକ ଓ ଦୁଇଟି କାରକୁ ପିଟିଲା । ଯେଉଁଥିରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ମଣିଜଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଖବର ଅନୁଯାୟୀ, ଏକ ଇଣ୍ଡିକା ସୋମବାର ସକାଳ ସମୟରେ ମଣିଜଙ୍ଗା ଛକ ନିକଟରେ ୪ଟି ବାଇକ୍ ଓ ଦୁଇଟି କାର୍କୁ ଧକ୍କା ଦେଇଥିଲା । ଯାହାଫଳରେ ଏହି ସିରିଜ୍ ଦୁର୍ଘଟଣାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମଣିଜଙ୍ଗା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଇଣ୍ଡିକା କାର୍କୁ ଜବତ କରିବା ସହ ଚାଳକଙ୍କୁ ତିର୍ତ୍ତୋଲ ଥାନା ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Leave a Reply

Your email address will not be published.