Thursday , February 2 2023
Breaking News
Home / ବିଶେଷ / ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ

ରାଜ୍ୟପାଳଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର,୫/୧୨/୨୦୨୨(ଓଡ଼ିଶା ସମାଚାର)-ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ଝରଣା ପଟ୍ଟନାୟକଙ୍କ ରଚିତ ନୂତନ ଉପନ୍ୟାସ ‘ହରିବୋଲିଆ’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ରାଜଭବନରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କବି ରକ୍ଷକ ନାୟକ ଓ ଜ୍ୟୋତିପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳ ସୃଜନଶୀଳ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ‘ଅପୂର୍ବା’ ପ୍ରକାଶନୀ ସଂସ୍ଥା ଦ୍ୱାରା ଏହି ଉପନ୍ୟାସ ପ୍ରକାଶିତ ହୋଇଛି । ଶ୍ରୀମତୀ ପଟ୍ଟନାୟକଙ୍କ ଅନେକ କବିତା, ଗଳ୍ପ, ସଂକଳନ ଓ ଉପନ୍ୟାସ ପୂର୍ବରୁ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Leave a Reply

Your email address will not be published.