Thursday , February 2 2023
Breaking News
Home / ବିଶେଷ / ବେଦ ପାଠଶାଳାରେ ପବିତ୍ର ଗୀତା ଜୟନ୍ତୀ ପାଳିତ

ବେଦ ପାଠଶାଳାରେ ପବିତ୍ର ଗୀତା ଜୟନ୍ତୀ ପାଳିତ

ନିରାକାରପୁର, ୫/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାରେ ପବିତ୍ର ଗୀତା ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି। ସଭାପତି କନକପ୍ରଭା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ, ବରିଷ୍ଠ ସଭ୍ୟ ପଣ୍ଡିତ ନୃସିଂହ ଚରଣ ପଣ୍ଡା, ପଣ୍ଡିତ ତ୍ରିଲୋଚନ ପଣ୍ଡା, ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ର, ବିଷ୍ଣୁପ୍ରିୟା ପଟ୍ଟଯୋଷୀ ଓ ବେଦ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ବାଣୀ ଶ୍ରୀମଦ୍ ଭଗବତ ଗୀତାଙ୍କୁ ପୂଜାର୍ଚ୍ଚନା କରି ସମୂହ ଗୀତା ଓ ବିଷ୍ଣୁ ସହସ୍ରନାମ ପାଠ କରାଯାଇଥିଲା। ସନାତନ ଧର୍ମ ଓ ସଂସ୍କୃତିର ମୂଳଉତ୍ସ ଶ୍ରୀମଦ୍ ଭଗବତ ଗୀତା ପାଠ ଦ୍ବାରା ସମଗ୍ର ବିଶ୍ୱର କଲ୍ୟାଣ ହେବା ସହ ଧ୍ବଂସାଭିମୁଖୀ ପୁରାତନ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରାଯାଇ ପାରିବ ବୋଲି ପ୍ରଧାନାଚାର୍ଯ୍ୟ ଡଃ ପଣ୍ଡା ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published.