Thursday , February 2 2023
Breaking News
Home / ବିଶେଷ / ବନ୍ୟପ୍ରାଣୀ ବିଭାଗ ର ଚଢାଉ: ଶିକାରୀ ଗିରଫ ମୃତ ପକ୍ଷୀ ଉଦ୍ଧାର

ବନ୍ୟପ୍ରାଣୀ ବିଭାଗ ର ଚଢାଉ: ଶିକାରୀ ଗିରଫ ମୃତ ପକ୍ଷୀ ଉଦ୍ଧାର

ନିରାକାରପୁର,୫/୧୨/୨୦୨୨(ଓଡ଼ିଶା ସମାଚାର)-ଶୀତ ଆରମ୍ଭ ନ ହେଉଣୁ ଚିଲିକାରେ ସକ୍ରିୟ ହେଲେଣି ପକ୍ଷି ଶୀକାରୀ ।ପକ୍ଷୀ ଶୀକାରକୁ ରୋକିବା ପାଇଁ ଶତ ଚେଷ୍ଟା କଲେ ମଧ୍ୟ୍ୟ ବିଫଳ ହୋଇଛି ବନ୍ୟ ପ୍ରାଣୀ ବିଭାଗ।ବନ୍ୟ ପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି ଶୀକାରୀ ମାନେ ପୁଣି କରୁଛନ୍ତି ପକ୍ଷୀ ଶୀକାର।କଇଁ ନାଡରେ ଫୁରାଡନ ଦେଇ ଶୀକାର କରୁଛନ୍ତି ବିଦେଶାଗତ ପକ୍ଷୀ। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡା ଘାଟ ବୋରକୂଦି ନିକଟରେ ଜଣେ ଶୀକାରୀ ପକ୍ଷୀ ଶୀକାର କରି ପକ୍ଷୀ ନେଇ ଯାଉଥିଵା ବେଳେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନେ ପିଛା ଜରିଥିଲେ। ପିଛା କରି ଶୀକାରୀକୁ ଗିରଫ କରିଛନ୍ତି ଵନ୍ୟ ପ୍ରାଣୀ କର୍ମଚାରୀ ମାନେ । ଗିରଫ ଶୀକାରୀ ନିକଟରୁ  ୫ ଟି ମ୍ରୁତ ବିଦେଶୀ ପକ୍ଷୀ ଜବତ କରିଛନ୍ତି।ଗିରଫ ଅଭିଯୁକ୍ତ ହେଲେ ଟାଙ୍ଗୀ ଥାନା ଜଟିଆ ପାଟଣା ଗ୍ରାମର ଚୈତନ୍ୟ ପ୍ରଧାନ ୪୬ ବର୍ଷ ବୋଲି ଜଣା ପଡିଛି।ତେବେ ପକ୍ଷୀ ଶୀକାରୀ ମାନେ ଫୁରାଡନ ଭଳି ମାରାତ୍ମକ ବିଷ ପ୍ରୟୋଗ କରି ପକ୍ଷୀ ଶୀକାର କରୁଥିବାରୁ ଏହି ପକ୍ଷୀ ମାଂସ ଖାଇବା ଦ୍ୱାରା ମଣିଷ ମ୍ରୁତ୍ୟୁ ମୁଖରେ ପଡି ପାରେ ବୋଲି ସ୍ଥାନୀୟ ବନ୍ୟ ପ୍ରାଣୀ ରେଂଜର ପ୍ରକାଶ କରିଛନ୍ତି।ତେଣୁ ଲୋକେ ଚିଲିକାରେ ପକ୍ଷୀ ଶୀକାର ନକରିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି ରେଂଜର ଚୁଡାରାଣୀ ମୁର୍ମୁ।

Leave a Reply

Your email address will not be published.