Sunday , January 29 2023
Breaking News
Home / ବିଶେଷ / ନିଖିଳ ଉତ୍କଳ ପାଟରା ସମିତି ଆଞ୍ଚଳିକ କିଶନନଗର ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

ନିଖିଳ ଉତ୍କଳ ପାଟରା ସମିତି ଆଞ୍ଚଳିକ କିଶନନଗର ଶାଖାର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ ସଦର, ୫/୧୨/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିଖିଳ ଉତ୍କଳ ପାଟରା ସମିତି ପାଟଵୈଶ୍ୟ ମହାସଭା ପୁରୀ ସହ ଅନୁବନ୍ଧିତ ଆଞ୍ଚଳିକ କିଶନନଗର ଶାଖା(ଚକଲା)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଭାପତି ଗୋକୁଳାନନ୍ଦ ବୈଶାଖଙ୍କ ସଭାପତିତ୍ବରେ ପାରାଵିଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଭାର ପଞ୍ଚଅଧିକାରୀ ତଥା କିଶନନଗର ଚକଲାର ପାରମ୍ପରିକ ମୁଖ୍ୟ (ମଦାର) ଧରଣୀଧର ବେହେରା, ମହାସଭାର ପୂର୍ବତନ ଉପସଭାପତି ଵିଷ୍ଣୁ ଚରଣ ବେହେରା,କିଶନନଗର ଶାଖାର ଉପସଭାପତି ଶଙ୍କର୍ଷଣ ସାହୁ, ସାଧାରଣ ସଂପାଦକ ମହାଦେଵ ସାହୁ, ବରିଷ୍ଠ ମାଲିକ ଵାଜେନ୍ଦ୍ର ପାତ୍ର ପ୍ରମୁଖ ଵହୁ ସଦସ୍ୟ ଯୋଗଦେଇ ଆଞ୍ଚଳିକ ଚକଲାର ଉନ୍ନତି ଓ ସଂଗଠନକୁ ମଜବୁତ କରିଵାକୁ ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ମହାସଭାର ମନୋମୁଖୀ କାର୍ଯ୍ୟକ୍ରମକୁ ନାପସନ୍ଦ କରାଯିବା ସହ ଏହାର ପରିବର୍ତ୍ତନ ନହେଲେ ଆଗାମୀ ଦିନରେ କିଶନନଗର ଚକଲା ପକ୍ଷରୁ ଅସହଯୋଗ ସହ ବିରୋଧ କରାଯିବ ବୋଲି ପ୍ରସ୍ତାଵ ଗୃହିତ ହୋଇଥିଲା। ଅନ୍ୟାନ୍ୟ ଆଲୋଚନା ପରେ ଶେଷରେ ଅମୁଲ୍ୟ ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published.