Thursday , February 2 2023
Breaking News
Home / ବିଶେଷ / ଜନାର୍ଦ୍ଦନପୁର ଶନିଶ୍ଚର ବଜାର କମିଟି ପକ୍ଷରୁ ଭାଗବତ ପରାୟଣ 

ଜନାର୍ଦ୍ଦନପୁର ଶନିଶ୍ଚର ବଜାର କମିଟି ପକ୍ଷରୁ ଭାଗବତ ପରାୟଣ 

ନିଶ୍ଚିନ୍ତକୋଇଲି, ୫/୧୨/୨୦୨୨ (ଓଡିଶା ସମାଚାର /ଅଭୟ ଜେନା )  ଆଜିର ବସ୍ତୁବାଦୀ ଦୁନିଆରେ  ଅର୍ଥ ଉପାର୍ଜନ ସହ ଭଗବତ ଚିନ୍ତନଦ୍ୱାରା  ସମାଜ ର ଅଶେଷ କଲ୍ୟାଣ ସାଧନ ହୋଇପାରିବ | ଏହାକୁ ହୃଦୟଙ୍ଗମ କରି  ଜନାର୍ଦ୍ଦନପୁର ଶନିଶ୍ଚର ବଜାର କମିଟି ର ବ୍ୟବସାୟୀ ମାନଙ୍କ ପକ୍ଷରୁ ସପ୍ତାହ ବ୍ୟାପୀ ଶ୍ରୀମଦ ଭାଗବତ ପରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ବ୍ୟବସାୟୀ ମାନେ ବିଗତ ଚାରି ବର୍ଷ ହେବ ଭାଗବତ ପାଠ କାର୍ଯ୍ୟକ୍ରମକୁ  ଅତ୍ୟନ୍ତ ନିଷ୍ଠା ର ସହ କରିଆସୁଛନ୍ତି | ଏଥିନେଇ ସ୍ଥାନୀୟ ଅଞ୍ଚଳ ବାସୀ ଉଚ୍ଚ ପ୍ରଶଂସା କରିଛନ୍ତି | ବିଭିନ୍ନ ଦିବସ ରେ ବଜାର କମିଟି ପକ୍ଷରୁ ସଦାଲୋଚନା, ଭଜନ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଆଦି ଅନୁଷ୍ଠିତ ହେଉଛି | ବଜାର କମିଟି ର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ସହ ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁ ମାନେ ସହଯୋଗ କରୁଥିବା ଦେଖିବାକୁ ମିଳିଛି |

Leave a Reply

Your email address will not be published.