Thursday , February 2 2023
Breaking News
Home / ବିଶେଷ / ଏସଟିଏଫର ଚଢାଉ : ଚିତା ଛାଲ ସହ ଶିକାରୀ ଗିରଫ

ଏସଟିଏଫର ଚଢାଉ : ଚିତା ଛାଲ ସହ ଶିକାରୀ ଗିରଫ

ନିରାକାରପୁର, ୫/୧୨/୨୦୨୨(ଓଡ଼ିଶା ସମାଚାର)-ରାଜ୍ୟରେ ବାଘ ଓ ହାତୀ ବଂଶ ଆଗାମୀ ଦିନରେ ଲୋକ ପାଇବାକୁ ବସିଛି । ପ୍ରତ୍ୟେକ ଦିନ ଶିକାରୀମାନେ ବନ୍ୟଜନ୍ତୁ ମାନଙ୍କୁ ଶୀକାର କରି ରାଜ୍ୟ ତଥା ରାଜ୍ୟ ବାହାରେ ଛାଲ, ମାଂସ, ଦାନ୍ତକୁ ବିକି୍ର କରୁଛନ୍ତି । ଏହିଭଳି ସମୟରେ ଏସଟିଏଫକୁ ମିଳିଛି ବଡ ସଫଳତା । ଚିତା ବିରାଡ଼ି ଛାଲକୁ ବିକ୍ରି ପାଇଁ ରଖିଥିଲେ । ଏହାପୂର୍ବରୁ ଏସଟିଏଫ୍ ଚଢ଼ଉ କରିବା ପରେ ଯୋଜନା ଫେଲ ହୋଇଯାଇଛି । କ୍ରାଇମବ୍ରାଂଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍)ରବିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧିନ ହଜ ଗ୍ରାମ ପଂଚାୟତ ବାଲଧାଡ଼ି ଗ୍ରାମ ନିକଟରେ ଚଢ଼ଉ କରି ଏକ ଚିତା ବିରାଡ଼ି ଛାଲ ଜବତ କରିଛି । ଘଟଣାସ୍ଥଳରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଂଚଳର ଉମେଶ ରଥ । ଏସଟିଏଫ୍ ଏକ ମାମଲା ରୁଜୁ କରି ସୋମବାର ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟକୁ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।
ଏହି ଚିତା ବିରାଡ଼ି ଛାଲ ପ୍ରଥମ ଥର ପାଇଁ ଜବତ ହୋଇଥିବା ଏସଟିଏଫ୍ ପକ୍ଷରୁ କୁହାଯାଇଛି । ତେବେ ଅଧିକ ପରୀକ୍ଷା ପାଇଁ ଡେରାଡୁନ୍ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଇଯାଇଛି ବୋଲି ଏସଟିଏଫ୍ କହିଛି । ସୂଚନାଯୋଗ୍ୟ ଯେ,ଅଭିଯୁକ୍ତ ଉମେଶ ଚିତା ବିରାଡ଼ି ଛାଲ ରଖି ତାହାକୁ ବିକ୍ରି ପାଇଁ ଗ୍ରାହକ ଖୋଜୁଥିଲେ । ଏନେଇ ଏସଟିଏଫ୍ ସୂଚନା ପାଇଥିଲା । ଉମେଶଙ୍କୁ ଧରିବାକୁ ଏସଟିଏଫ୍ ପକ୍ଷରୁ ସ୍ଥାନୀୟ ବନବିଭାଗକୁ ସୂଚନା ଦିଆଯାଇଥିଲା । ଉମେଶ ରବିବାର ରାତିରେ ଉକ୍ତ ଛାଲକୁ ନେଇ ଆସୁଥିବା ବେଳେ ପୂର୍ବପ୍ରସ୍ତୁତି ଅନୁଯାୟୀ ମିଳିତ ଟିମ୍ ତାଙ୍କୁ କାବୁ କରିଥିଲା ।

Leave a Reply

Your email address will not be published.