କଟକ ସଦର, ୪/୧୨/୨୦୨୨(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ପୋଲିସ ଗଠନର ପ୍ରାୟ ୧୪ ଵର୍ଷ ପରେ କଟକ ସହରାଞ୍ଚଳ ପୋଲିସ୍ ଜିଲ୍ଲାରେ ଜୋନ-୫ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଜୋନ୍ -୫ ପୂର୍ବରୁ କେବଳ କାଗଜ କଲମରେ ଥିବା ବେଳେ ତାହା ଆଜି (ରବିବାର) ଠାରୁ କାର୍ଯ୍ୟକ୍ଷମ ହେଵ ବୋଲି ଜଣାପଡିଛି। ଏଥିରେ ଜଣେ ନୂତନ ଏସିପିଙ୍କୁ ନିଯୁକ୍ତି ମିଳିଥିବା ବେଳେ ସିଏ ହେଲେ କଟକ ଡିସିପି ଅଫିସରେ କାର୍ଯ୍ୟରତ ଥିବା କୃଷ୍ଣ ଚନ୍ଦ୍ର ସେଠୀ।

ସିଏ ହେଵେ ନୁଆ ୫ ନମ୍ବର ଜୋନ୍ ର ପ୍ରଥମ ଏସିପି।ଏହି ଜୋନ ଅଧିନରେ କନ୍ଦରପୁର,ସିଆରଆରଆଇ ସହ ଚାଉଳିଆଗଞ୍ଜ ଥାନା ରହିଵ।ତେଵେ ଜୋନ-୫ ର କାର୍ଯ୍ୟାଳୟ ଏଯାବତ୍ କେଉଁଠି ତିଆରି ହୋଇନଥିବା ବେଳେ ଏବେ ତାହା ଅସ୍ଥାୟୀ ଭାବେ ନୂଆଵଜାର ପୋତା ପୋଖରୀ ପାଖରେ ଥିବା ପୁରୁଣା ଫାଣ୍ଡିରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।

ସେହିପରି ଥାନାର ମାନ୍ୟତା ପାଇଵାର ୩ ମାସରୁ ଉର୍ଦ୍ଧ୍ବ ହେଵ ସିଆରଆରଆଇ ଥାନାରେ ଥାନା ଅଧିକାରୀଙ୍କୁ ନିଯୁକ୍ତି ମିଳିନଥିଲା।ଏଵେ ଏହି ପଦ ପୁରଣ କରାଯାଇ ଭୁବନେଶ୍ୱର ବାଲିପାଟଣା ଥାନାର ଆଇଆଇସି କୃପାସିନ୍ଧୁ ଵରାଡଙ୍କୁ ଵଦଳୀ କରାଯାଇ ନୂତନ ଥାନାର ନୂତନ ତଥା ପ୍ରଥମ ଆଇଆଇସି ଭାବେ ନିଯୁକ୍ତି ମିଳିଛି। ସୂଚନାଯୋଗ୍ୟ ଯେ ବାଲିପାଟଣା ଥାନାକୁ ପ୍ରଥମ ଆଇଆଇସି ଭାଵେ ଜିଵା ପୂର୍ବରୁ କୃପାସିନ୍ଧୁ ଵରାଡ ୪୨ ମୈ।ଜା ଵେଣ୍ଟକାର ଫାଣ୍ଡିରେ ଓଆଇସି ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ ।