କ୍ଷତି ପୂରଣ ର ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛଦ ହେଲା
ନିରାକାରପୁର, ୪/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାପଙ୍ଗ ହାତିଆ ପାହାଡ଼ ଉପରୁ ଆଜି ଏକ ପ୍ରୋକଲିନ କାମ କରୁଥିବା ବେଳେ ତଳକୁ ଖସି ପଡ଼ିବାରୁ ଚାଳକ ଦିଲ୍ଲୀପ କୁମାର କଳସ ଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। କ୍ଷତିପୂରଣ ବାବଦକୁ ନଗଦ ୧ ଲକ୍ଷ ଟଙ୍କା ଓ ପରେ ଆଉ ୭ ଲକ୍ଷ ଦେବାକୁ ପ୍ରତିଶ୍ରୁତି ମିଳିବ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡିଥିଲେ। ସୂଚନା ଯୋଗ୍ୟ ଆଜି ହାତିଆ ପାହାଡ଼ ଉପରେ ମଳିପଡା ଗ୍ରାମର ବାହାଦୁର କଳସ ଙ୍କ ପୁତ୍ର ଦିଲ୍ଲୀପ କୁମାର କଳସ ପ୍ରୋକ୍ଲଲିନ ଚଳାଇ ପଥର ଭାଙ୍ଗିବା କାର୍ଯ୍ୟ କରି ଗାଡି ଲୋଡରେ ସହଯୋଗ କରୁଥିବବେଳେ ହଠାତ୍ ଗାଡ଼ିଟି ପାହାଡ଼ ତଳକୁ ଖସି ପଡିଥିଲା।
ସେଠାରେ ଦିଲ୍ଲୀପ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ଶବକୁ ଛାଡି ନ ଥିଲେ। ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନର ଅଧିକାରୀ ଓ ପୋଲିସ ଆସି ବୁଝାସୁଝା କରିଥିଲେ। ଉକ୍ତ ମୃତକଙ୍କ ପରିବାରକୁ ନଗଦ ଏକ ଲକ୍ଷ ଟଙ୍କା ଦେବା ସହ ଆଉ ୭ ଲକ୍ଷ ଟଙ୍କା ଦେବା ର ପ୍ରତିଶ୍ରୁତି ମିଳିବ ପରେ ଶବ ବ୍ୟବଚ୍ଛଦ ପାଇଁ ଛାଡିଥିଲେ।