ଜଗତସିଂହପୁର ୩/୧୨/୨୦୨୨(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନା ଟଙ୍କା ହେରଫେର ଅଭିଯୋଗରେ ବ୍ଲକର ପୂର୍ବତନ ଯନ୍ତ୍ରୀ ଅମୀୟ ଚାନ୍ଦ ମଲିକ ଗିରଫ ହୋଇଛନ୍ତି । ଶନିବାର ତାଙ୍କୁ ରଘୁନାଥପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ୧କୋଟି ୬୨ଲକ୍ଷ ଟଙ୍କା ହେରଫେରକୁ ନେଇ ଅମିୟଙ୍କ ନାଁରେ ଅଭିଯୋଗ ହୋଇଥିଲା। ଶନିବାର ମଧ୍ୟାହ୍ଣରେ ପୋଲିସ ଅମିୟଙ୍କୁ ଗିରଫ କରି ଥାନାକୁ ଆଣି ତାଙ୍କୁ ପଚରା ଉଚରା କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଗତ ନଭେମ୍ବର ୩୦ରେ ଅବସର ଗ୍ରହଣ କରିଥିଲେ। ଶ୍ରୀ ମଲିକ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତତର୍ଗତ ବଡ଼ ବାଲିକଣି ଗ୍ରାମର ଲୋକ । ତାଙ୍କ ବିରୁଦ୍ଧରେ ରଘୁନାଥପୁର ଥାନା ରେ ୧୬୬ ନମ୍ବର / ୫.୯.୨୦୨୨ ରେ ଏକ ମାମଲା ରୁଜୁ ହୋଇଛି ।