Sunday , January 29 2023
Breaking News
Home / ବିଶେଷ / ନିରାକାରପୁରରେ ରୋଡ ରୋମିଓ ମାତିଲେଣି

ନିରାକାରପୁରରେ ରୋଡ ରୋମିଓ ମାତିଲେଣି

 ରାସ୍ତାରେ ଝିଅଙ୍କୁ ଦେଖାଉଛନ୍ତି ଖରାପ ବ୍ୟବହାର

ନିରାକାରପୁର, ୪/୧୨/୨୦୨୨(ଓଡ଼ିଶା ସମାଚାର)- କିଛି ଦିନ ହେବ କିଛି ରୋଡ ରୋମିଓ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳ ରେ ସକ୍ରିୟ ହୋଇ ଉଠିଛନ୍ତି। ଏମାନେ ସ୍କୁଲ ଓ କଲେଜ କୁ ଯାଉଥିବା ଝିଅ ମାନଙ୍କୁ ଟାଗେର୍ଟ କରୁଛନ୍ତି। ଏମାନଙ୍କ କାର୍ଯ୍ୟକଳାପରେ ଅଭିଭାବକମାନେ ସେମାନଙ୍କ ଝିଅ ପିଲାଙ୍କୁ ସକାଳେ ଓ ସନ୍ଧ୍ୟାରେ ଘରୁ ବାହାରକୁ ଛାଡ଼ିବାକୁ ଭୟ କଲେଣି। କିଛି ରୋଡ ରୋମିଓ ସକାଳ ପାଇଲେ ଖଣ୍ଡେ ଖଣ୍ଡେ ଦାମିକିଆ ବାଇକ ଧରି ଟିୟୁସନ କୁ ଯାଉଥିବା ଝିଅ ମାନଙ୍କ ପିଛା କରି ସେମାନଙ୍କୁ ପ୍ରେମ ନିବେଦନ କରିବା ସହ ବିବାହର ସୁନେଲି ସ୍ବପ୍ନ ଦେଖାଇ ଶାରୀରିକ ସଂପର୍କ ରଖିବା ପର୍ଯ୍ୟନ୍ତ କଥା ବଢାଇ ଦେଉଛନ୍ତି। ପରେ ଉକ୍ତ ଝିଅଟି ସବୁ ଜାଣିବା ବେଳକୁ ଚକ୍ର ବିହ୍ୟ ଭିତରୁ ବାହାରିବା କଷ୍ଟକର ହୋଇପଡେ। ଏ ସବୁ କିଛି ବିଷୟରେ ବି ଅଭିଭାବକମାନେ ସୂଚନା ପାଇଲାବେଲକୁ କଥା ବହୁ ଆଗକୁ ପଳାଇଥାଏ। ସେହି ପରି କିଛି ରୋଡ ରୋମିଓ ଏବେ ନିଜର ବିକାର ଗ୍ରସ୍ତ ଚିନ୍ତାଧାରା ନେଇ ସନ୍ଧ୍ୟା ସମୟରେ ଅନ୍ଧାରିଆ ସ୍ଥାନରେ ଯାଉଥିବା ଝିଅ ମାନଙ୍କୁ ଦୃତଗତିରେ ଆସି ଅସଦ ବ୍ୟବହାର ପ୍ରଦର୍ଶନ କରି ପକାଉଛନ୍ତି। ତେଣୁ ଏ ଭଳି ଘଟଣା ସମ୍ପର୍କରେ ଅଭିଭାବକ ମାନଙ୍କ ଠାରୁ ଆରମ୍ଭ କରି ଝିଅ ପିଲା, ସ୍ଥାନୀୟ ଜନସାଧାରଣ ସଚେତନ ରହିବାର ଆବଶ୍ୟକତା ରହିଛି। ପୋଲିସ ଏ ସମ୍ବନ୍ଧରେ ଖବର ପାଇ ପଟ୍ରୋଲିଙ୍ଗ କୁ କଡାକଡି କରିଛି।

Leave a Reply

Your email address will not be published.