ନିଶ୍ଚିନ୍ତକୋଇଲି, ୦୪/୧୨/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )-ନଗସପୁର ବଜାର ରୁ ଶନିବାର ରାତିରେ ୧୬ଟି ବିଭିନ୍ନ ଦୋକାନ ରୁ ଦୁର୍ବୁତ୍ତ ଙ୍କ ଦ୍ୱାରା ତାଲା ଭାଙ୍ଗି ଚୋରି ହୋଇଥିବା ଜଣାଯାଇଛି । ଏହା ଜାଣିବା ପରେ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ରେ ଭାଳେଣି ପଡିଛି । ନେମାଳ ଥାନା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି ।
ତେବେ ଗୋଟିଏ ରାତିରେ ଏତେ ଗୁଡିଏ ଦୋକାନ ରୁ ଚୋରି ହେବା ସ୍ଥାନୀୟ ପୋଲିସ ର ଅପାରଗତା କୁ ଲୋକେ ଦାୟୀ କରିଛନ୍ତି ।