ନିରାକାରପୁର, ୪/୧୨/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ବାପୁଜୀ କ୍ଲବ ଆନୁକୁଲ୍ୟରେ ୧୦ମ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚରେ ଖୋର୍ଦ୍ଧା ସାଇ ଏଲିଭେନ କୁ ଜଟଣୀ ଏମକେସିସି ଭେଟିଥିଲା। ପ୍ରଥମେ ଟସ୍ ଜିଣି ଜଟଣୀ ଦଳ ନିର୍ଦ୍ଧାରିତ ଓଭର ରେ ୧୭୮ ରନ କରିଥିବାବେଳେ ଖୋର୍ଦ୍ଧା ଦଳ ୧୩୨ ରନ କରି ସମସ୍ତ ଉଇକେଟ ହରାଇଥିଲା। ଫଳରେ ଜଟଣୀ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। ଜଟଣୀ ଦଳର ଲକି ମ୍ୟାନ ଅଫ ଦି ମ୍ୟାଚ୍ ଓ ବିମଳ ମହାପାତ୍ର ମ୍ୟାନ ଅଫ ଦି ସିରିଜ୍ ହୋଇଛନ୍ତି।ଆଜିର ଖେଳକୁ ଶେଖ୍ ଅରିଫ୍ ଓ ଇସ୍ରାଏଲ ଖାଁ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ ଆରଫତ ଖାଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର, ଓଳସିହ ସରପଂଚ ରଞ୍ଜନ ଭୋଳ, ସମାଜସେବୀ ସୁଶାନ୍ତ ଶ୍ରୀଚନ୍ଦନ ଓ ରାଜା ବେହେରା ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ରନର୍ଷଅପ୍ ଦଳକୁ ଟ୍ରଫି , ପୁରସ୍କାର ପ୍ରଦାନ କରିଥିଲେ। ଖେଳରେ ଅରଫତ ଖାଁ, ସୁଲତାନ ଖାଁ, ଲିପୁ ଶ୍ରୀଚନ୍ଦନ,ଅର୍ଜୁନ ଭୁଜବଳ, ଆଲୋକ ଭୁଜବଳ, ଶେଖ୍ ଅରିଫ୍, ଟୁବୁଲ, ଡବୁଲ, ହଜାରି ଭୁଜବଳ, ଜାବିଦ ଖାଁ, ବୃନ୍ଦାବନ ଭୁଜବଳ ଓ ଗୌଶ ଖାଁ ପ୍ରମୁଖ ସହଯୋଗ କରିଥିଲେ।