ନିରାକାରପୁର, ୪/୧୨/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ପଞ୍ଚାୟତ ଅରିସଲ ଗ୍ରାମର ଜଣେ ଯୁବକ ଅଚ୍ୟୁତପୁର ପଞ୍ଚାୟତ ନାଲସିହ ଗ୍ରାମର ଜଣେ ଯୁବତୀ କୁ ଏକ ତରଫା ପ୍ରେମ କରି ଯୁବତୀଙ୍କ ବିବାହ ଭାଙ୍ଗିବା ଘଟଣାରେ ଗିରଫ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ କି ନାଲସିହ ଗ୍ରାମର ଜଣେ ଯୁବତୀ ର ରଣପୁର ଥାନା ମୟୂରଝଲିଆ ଗ୍ରାମରେ ବିବାହ ଠିକ୍ ହୋଇଥିଲା। କିନ୍ତୁ ଅରିସଲ ଗ୍ରାମର ସୁଶାନ୍ତ ସାହୁ ନାମକ ଜଣେ ଯୁବକ ଝିଅ କୁ ଭଲ ପାଉଥିବା ସହ ବିଭିନ୍ନ କଥା କହିବାରୁ ଉକ୍ତ ଝିଅର ବିବାହ ଭାଗିବାରୁ ତାଙ୍କ ପରିବାର ଲୋକ ଜଂକିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ ତାଙ୍କୁ ଗିରଫ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି।