କେନ୍ଦ୍ରାପଡ଼ା, ୪/୧୨/୨୦୨୨(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରାପଡା ସମଗ୍ର ଶିକ୍ଷା ଅଭିଯାନ ଦ୍ୱାରା କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର-୨ର ବଡବାରଙ୍ଗ ଠାରେ ସ୍ଥାପିତ ଅର୍ନ୍ତନିବେଶୀ ଶିକ୍ଷା ସାଧନ କେନ୍ଦ୍ରର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ନଗରପାଳ ସରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ନ୍ତନିବେଦ୍ଧ ଶିକ୍ଷା ସାଧନ କେନ୍ଦ୍ରର ଏହି ନୂତନ ଗୃହକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରିଥିଲେ ।
ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, କାଉନସିଲର କାଳି ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।
ବରିଷ୍ଠ ବୈଷୟିକ ପରାମର୍ଶଦାତା ନିବେଦିତା ସାହୁ, କନିଷ୍ଠ ବୈଷୟିକ ପରାମର୍ଶଦାତା ସୁଧିର ରଞ୍ଜନ ରାଉତ, ସୁଧାଂଶୁ ଶେଖର ନାୟକ, ରାଜଲକ୍ଷ୍ମୀ ରାଉତ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ପ୍ରୋଗ୍ରାମର ବିଷ୍ଣୁ ଚରଣ ଶତପଥୀ, ଅମୀୟରଞ୍ଜନ ନାୟକ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ସମ୍ମିଳିତ ଶିକ୍ଷା ସ୍ୱେଛାସେବୀ ମାନେ ଉପସ୍ଥିତ ଥିଲେ ।