Wednesday , May 31 2023
Home / ବିଶେଷ / ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଙ୍କ ଜନ୍ମବାର୍ଷିକୀ ପାଳିତ

ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଙ୍କ ଜନ୍ମବାର୍ଷିକୀ ପାଳିତ

ଜଗତସିଂହପୁର,୩/୧୨/୨୦୨୨(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନାରୀନେତ୍ରୀ ,ସମାଜସେବୀ ରମାଦେବୀ ଚୌଧୁରୀ ଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଜଗତସିଂହପୁର ପୌରପରିଷଦ ପରିସରରେ ଥିବା ରମାଦେବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସ°ହ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ସ°ସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ପୌରପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌରପରିଷଦ କର୍ମଚାରୀ ମାନେ ରମାଦେବୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ରମାଦେବୀ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ।

 

Leave a Reply

Your email address will not be published.