Thursday , February 2 2023
Breaking News
Home / ଶିକ୍ଷା / ଭାବ ବିହ୍ଵଳ ପରିବେଶରେ  ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା

ଭାବ ବିହ୍ଵଳ ପରିବେଶରେ  ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା

ନିଶ୍ଚିନ୍ତକୋଇଲି ,୦୩/୧୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) –  କଟକ ଜିଲା ନିଶ୍ଚିନ୍ତକୋଇଲି  ବ୍ଲକ୍ ଅନ୍ତର୍ଗତ ଜନାର୍ଦ୍ଦନପୁର ପ୍ରାଥମିକ ବିଦ୍ୟାଳୟ ରପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ନାୟକ ଅବସର ଗ୍ରହଣ କରିଥିବାରୁ ଏକ ଭବ୍ୟ ବିଦାୟକାଳୀନ ସମାରୋହ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିନେଇ କ୍ଲଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ,  ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ଭାବବିହ୍ୱଳ ପରିବେଶ ରେ ଅନୁଷ୍ଠିତ  ସମ୍ୱର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥିଭାବେ ଜନାର୍ଦ୍ଦନ ପୁର ସରପଞ୍ଚ  ବିଶ୍ୱଭୂଷଣ ନାୟକ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି କଳମିଶ୍ରି ସରପଞ୍ଚ ଅନନ୍ତ କର, ହାଇସ୍କୁଲ ପ୍ରଧାନ ଶିକ୍ଷକ ଦେବପ୍ରସାଦ କର, ଅବସରପ୍ରାପ୍ତ ଏବିଓ ନଳିନୀ କାନ୍ତ ମିଶ୍ର, ଶିକ୍ଷକ ସଂଘ ସମ୍ପାଦକ ଶାନ୍ତନୁ କୁମାର କର, ସମିତି ସଭ୍ୟ ରଞ୍ଜନ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଙ୍ଗାଳି ଚରଣ ଜେନା, ସିଆରସି ଉମେଶ ରାଉତ ପ୍ରମୁଖ ତାଙ୍କ ଶିକ୍ଷକତା ଜୀବନ ସମ୍ପର୍କରେ ଅବତାରଣା କରିଥିଲେ । ପ୍ରାଥମିକ ଶିକ୍ଷକ ସଙ୍ଂଘ ସଭାପତି ଶାରଦା ପ୍ରସାଦ ଆଚାର୍ୟ୍ୟ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବ ରେ ନୃସିଂହ ଚରଣ ମହାପାତ୍ର ସ୍ୱାଗତ ସୂଚନା ପ୍ରଦାନ କରିଥିବା ବେଳେ, ଶିକ୍ଷୟିତ୍ରୀ କାନ୍ତିଲତା ଷଡ଼ଙ୍ଗୀ, ସୃଷ୍ଟି ଧର କର,ସାଗରୀକା ମିଶ୍ର, ଅମିତା ସାହୁ, ଅଭୟ ଜେନା,ଗଗନ ଚାନ୍ଦ, ସୁଶାନ୍ତ ନାୟକ ଙ୍କ ସମେତ କ୍ଲଷ୍ଟର ର ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟ ଜଣାଇଥିଲେ । ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ କଳାପରିଷଦ ସଭାପତି ପ୍ରମୋଦ ନାୟକ ଓ ସମ୍ପାଦକ ବିଶ୍ୱଜିତ ପରିଡା ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧନା ଜଣାଇ ଥିଲେ ।

Leave a Reply

Your email address will not be published.