Sunday , January 29 2023
Breaking News
Home / ବିଶେଷ / ବ୍ରହ୍ମାକୁମାରୀଜ୍ ଓମ୍ ନିବାସ ତରଫରୁ ଦିବ୍ୟ ମହାକୁମ୍ଭ ମେଳାର ସପ୍ତମ ଦିବସରେ “ଅବ୍ୟବସ୍ଥାରେ ସ୍ଥିରତା” ଉପରେ ଆଲୋଚନାଚକ୍ର

ବ୍ରହ୍ମାକୁମାରୀଜ୍ ଓମ୍ ନିବାସ ତରଫରୁ ଦିବ୍ୟ ମହାକୁମ୍ଭ ମେଳାର ସପ୍ତମ ଦିବସରେ “ଅବ୍ୟବସ୍ଥାରେ ସ୍ଥିରତା” ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର,୩/୧୨/୨୦୨୨(ଓଡ଼ିଶା ସମାଚାର)- ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଓମ୍ ନିବାସ, ଭୁବନେଶ୍ୱର ତରଫରୁ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩, ଭୁବନେଶ୍ୱରଠାରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରହ୍ମାକୁମାରୀଜ୍ ଦ୍ୱାରା ଆୟୋଜିତ “ଦିବ୍ୟ ମହାକୁମ୍ଭ” (ଜ୍ଞାନ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ମହାସଂଗମ…) ମେଳାର ସପ୍ତମ ଦିବସରେ ଶିକ୍ଷାବିତ୍ ଓ ପ୍ରଶାସକ ବର୍ଗଙ୍କ ସମ୍ମିଳନୀ – “ଅବ୍ୟବସ୍ଥାରେ ସ୍ଥିରତା” ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ନୃତ୍ୟ ପରିବେଷଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସ୍ୱାଗତ ଭାଷଣ ଦେଇଥିଲେ ମୁଖ୍ୟ ସେବା କେନ୍ଦ୍ର ଓମ୍ ନିବାସର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀ । ଏହି ଉତ୍ସବକୁ ସୁଦୂର ଦିଲ୍ଲୀର ଓମ୍ ଶାନ୍ତି ରିଟି୍ରଟ୍ ସେରର ନିର୍ଦ୍ଧେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଆଶା ଦିଦି – ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଓଡ଼ିଶା ଲୋକାୟୁକ୍ତର ସଭ୍ୟ ବ୍ରହ୍ମାକୁମାର ଦେବବ୍ରତ ସ୍ୱାଇଁ, ରାଉରକେଲା ଷ୍ଟିଲ୍ ପ୍ଲାନ୍ଟର ଏ.ଜି.ଏମ୍. ବ୍ରହ୍ମାକୁମାର ଅରୁଣ ଭାଇ, କଳାକାର ଭୂପତି ତିି୍ରପାଠୀ, ଓଡ଼ିଶା ସିନେ ନିର୍ଦ୍ଧେଶକ ଓ କଳାକାର ଶ୍ରୀ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ବ୍ରହ୍ମାକୁମାରୀ ଆଶା ଦିଦିଙ୍କୁ ଉତରୀୟ ଓ ମୋମେଂଟୋ ଦ୍ୱାରା ସମ୍ମାନିତ କରାଯାଇଥିଲା । ହରିୟାଣାରୁ ଆସିଥିବା ବ୍ରହ୍ମାକୁମାର ହରିଶ ଭାଇ ବସଟିକୁ ୧୦୦ମିଟର ପର୍ଯ୍ୟନ୍ତ ଦାନ୍ତରେ ଟାଣିଥିଲେ । ସଭା ପରିଚାଳନା କରିଥିଲେ ବ୍ରହ୍ମାକୁମାରୀ ଅସ୍ମିତା ଭଉଣୀ । ପରିଶେଷରେ ଧନ୍ୟବାଦ ଦେଇଥିଲେ ବ୍ରହ୍ମାକୁମାରୀ ଗୀତା ଭଉଣୀ । ଏଥିରେ ବହୁସଂଖ୍ୟକ ବିଭିନ୍ନ ଧର୍ମସଂସ୍ଥାର ଭାଇ ଭଉଣୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published.