Wednesday , May 31 2023
Breaking News
Home / ବିଶେଷ / ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ହୃଦ୍ ଘାତରେ ପରଲୋକ

ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ହୃଦ୍ ଘାତରେ ପରଲୋକ

ଭୁବନେଶ୍ୱର,୩/୧୨/୨୦୨୨(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ବୈଷ୍ଣବ ଚରଣ ଜେନା ଆଉ ଇହଜଗତରେ ନାହାନ୍ତି । ଶନିବାର ଭୋର ପବିତ୍ର ଏକାଦଶୀ ତିଥିରେ ସେ ପରଲୋକ ଗମନ କରିଛନ୍ତି । ମୃତୁ୍ୟବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା । ତାଙ୍କର ବିଧବା ପତ୍ନୀ ଓ ଦୁଇ ପୁତ୍ର ଅଛନ୍ତି । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା ବୋଲି କ୍ୟାପିଟାଲ ହସପିଟାଲର ଡାକ୍ତର ସୂଚନା ଦେଇଛନ୍ତି । ତାଙ୍କର ମରଶରୀର ବରୀ ଡେରାବିଶ ନିର୍ବାଚନ ମଣ୍ଡଳୀର ବେଞ୍ଜରାପୁର ଗ୍ରାମକୁ ନିଆଯାଇ ସଂସ୍କାର କରାଯାଇଥିଲା । ବଡ଼ପୁଅ ବଦି୍ରନାରାୟଣ ଜେନା ମୁଖାଗ୍ନି ଦେଇଥିଲେ ।
ଯାଜପୁର ଜିଲ୍ଲା ବରୀରେ ଜନ୍ମଲାଭ କରିଥିବା ସ୍ୱର୍ଗତ ଜେନା ଥିଲେ ଜଣେ ଆଗଧାଡ଼ିର ସାମ୍ବାଦିକ । ତାଙ୍କର ଇଂରାଜୀ ଓ ଓଡ଼ିଆ ଭାଷାରେ ବେଶ୍ ଦକ୍ଷତା ଥିଲା । ବିଧାନସଭା ରିପୋର୍ଟିଂରେ ସେ ଏତେ ପାରଙ୍ଗମ ଥିଲେ ଯେ, ତାଙ୍କଠାରୁ ପ୍ରାୟ ଅଧିକାଂଶ ଯୁବ ସାମ୍ବାଦିକ ଶିକ୍ଷାଲାଭ କରିଛନ୍ତି । ସେ ସାମ୍ବାଦିକତାକୁ ଆସିବା ପୂର୍ବରୁ କୋରାପୁଟରେ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଥିଲେ । ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ସୂଚନା ଅଧିକାରୀ ଭାବେ ସେ କିଛିଦିନ କାର୍ୟ୍ୟ କରିଥିଲେ । ଦେନିକ ସମ୍ବାଦପତ୍ର ‘ମାତୃଭାଷା’ର ରାଜ୍ୟସ୍ତରୀୟ ପ୍ରତିନିଧି ଭାବେ କାର୍ୟ୍ୟ କରିଥିଲେ । ସେ ଏବେ ମୁକ୍ତବୃତ ସମ୍ବାଦିକ ଭାବେ କାର୍ୟ୍ୟକରି ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ ଲେଖାମାନ ପ୍ରକାଶ କରୁଥିଲେ । ସେ ସବୁବେଳେ ସକାରତ୍ମକ ମନୋଭାବ ନେଇ କାର୍ୟ୍ୟ କରିଥାନ୍ତି । ବୈଷ୍ଣବ ଜେନାଙ୍କ ମୃତୁ୍ୟ ଖବର ପ୍ରଚାର ହେବା ପରେ ତାଙ୍କର ୟୁନିଟ୍ ୩ ସ୍ଥିତ ସରକାରୀ ବାସଭବନରେ ସାମ୍ବାଦିକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ସ୍ୱର୍ଗତ ଜେନାଙ୍କ ବିୟୋଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ବିଧାୟକ ଦେବାଶିଷ ନାୟକ, ବିଧାୟକ ପ୍ରଶାନ୍ତ ମୁଦୁଲି, ଶ୍ରମିକ ନେତ ମହେନ୍ଦ୍ର ପରିଡ଼ା, ପାଣ୍ଡବ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରାଜ୍ୟ ଜଙ୍ଗଲ, ପରିବେଶ, ପାନୀୟ ଜଳ, ପଂଚୟତରାଜ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିରୋଧୀ ଦଳ ସଚେତକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଓ ନିର୍ଦ୍ଧେଶକ ଇନ୍ଦ୍ରମଣି ତି୍ରପାଠୀ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମରଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସୂଚନା ଓ ଲୋକସଂପର୍କ ନିର୍ଦ୍ଧେଶାଳୟ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଠାଣୀ ରାଉତ ସ୍ୱର୍ଗତ ଜେନାଙ୍କ ବାସଭବନକୁ ଯାଇ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶେଷ ଦର୍ଶନ କରିଛନ୍ତି । ତାଙ୍କ ପାର୍ଥୀବ ଶରୀରରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, କେ. ରବି, ଦେବୀ ପଟ୍ଟନାୟକ, ବିପିନ ସିଂହ, ଧୀରେନ୍ଦ୍ର ମିଶ୍ର, ବିବେକାନନ୍ଦ ଜେନା, ପ୍ରଦୁ୍ୟମ୍ନ କୁମାର ମହାନ୍ତି, ବିଭୂତିଭୂଷଣ କର, ପ୍ରସନ୍ନ ମହାନ୍ତି, ବିଜୟ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ଶୀତଳ ତରଙ୍ଗ ବେଉରିଆ, ମାଧବାନନ୍ଦ ବେଉରା, ଦେବକାନ୍ତ ମହାପାତ୍ର, ବିଜୟ ପଣ୍ଡା, ପ୍ରକାଶ ସେଠୀ, ସଂଜୟ ପ୍ରଧାନ, ପରେଶ ଜେନା, ରବିପି୍ରୟ ଦାସ, ବଳଭଦ୍ର ଦାସ, ଶୁଭାଶିଷ ମହାନ୍ତି, ଅକ୍ଷୟ କୁମାର ପତି, ହର ଦାସ, ଗୋପବନ୍ଧୁ ବାରିକ, କିଶୋର ରଥ, ପ୍ରମୋଦ ସାମନ୍ତରାୟ, ପ୍ରଦୁ୍ୟମ୍ନ ଶତପଥୀ, ଦେବୁ ପଟ୍ଟନାୟକ ଓ ପ୍ରମୋଦ ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave a Reply

Your email address will not be published.