Saturday , June 10 2023
Breaking News
Home / ବିଶେଷ / ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢାଉ:ଜଣେ ଗିରଫ, ମୃତ ବିଦେଶୀ ପକ୍ଷୀ ଜବତ

ବନ୍ୟପ୍ରାଣୀ ବିଭାଗ ତରଫରୁ ଚଢାଉ:ଜଣେ ଗିରଫ, ମୃତ ବିଦେଶୀ ପକ୍ଷୀ ଜବତ

ନିରାକାରପୁର,୩/୧୨/୨୦୨୨(ଓଡ଼ିଶା ସମାଚାର)-ଶୀତ ଆରମ୍ଭ ନ ହେଉଣୁ ଚିଲିକାରେ ସକ୍ରିୟ ହେଲେଣି ପକ୍ଷି ଶୀକାରୀ । ପକ୍ଷୀ ଶୀକାରକୁ ରୋକିବା ପାଇଁ ସତ ଚେଷ୍ଟା କଲେ ମଧ୍ୟ୍ୟ ବିଫଳ ହୋଇଛି ବନ୍ୟ ପ୍ରାଣୀ ବିଭାଗ। ବନ୍ୟ ପ୍ରାଣୀ ବିଭାଗର କଡା ପ୍ରହରାକୁ ଖାତିର ନକରି ଶୀକାରୀ ମାନେ ପୁଣି କରୁଛନ୍ତି ପକ୍ଷୀ ଶୀକାର। କଇଁ ନାଡରେ ଫୁରାଡନ ଦେଇ ଶୀକାର କରୁଛନ୍ତି ବିଦେଶାଗତ ପକ୍ଷୀ। ପୁରୀ ଜିଲା  ଆଳିପଡା ନାଳ କାଳିଜାଇ ମନ୍ଦିର ନିକଟରେ ଜଣେ ଶୀକାରୀ ପକ୍ଷୀ ଶୀକାର କରି ପକ୍ଷୀ ନେଇ ଯାଉଥିଵା ବେଳେ ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ମାନେ ପିଛା ଜରିଥିଲେ ସେହି ବ୍ୟକ୍ତିଙ୍କୁ । ପିଛା କରି   ତାକୁ   ଗିରଫ କରିଥିଲେ ଵନ୍ୟ ପ୍ରାଣୀ କର୍ମଚାରୀ ମାନେ । ଗିରଫ ଶୀକାରୀ ନିକଟରୁ ୭ ଟି ମ୍ରୁତ ବିଦେଶୀ ପକ୍ଷୀ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲା ଦୋଛିଆଁ ଗ୍ରାମରେ ବିଜୟ କୁମାର ସାହି (୫୨ ବର୍ଷ )ବୋଲି ଜଣା ପଡିଛି।

Leave a Reply

Your email address will not be published.